ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ, ଭା.ପ୍ର.ସେ. ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତଭାବେ ଅତିରିକ୍ତ ଦାୟିତ୍ବ ଗ୍ରହଣ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ, ଭା.ପ୍ର.ସେ. କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ, ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ଭାବେ ଗୁରୁବାର ଅତିରିକ୍ତ ଦାୟିତ୍ବ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ପୁରୀ ମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟକରି ଗତ ଜାନୁୟାରୀ ୨୯ ତାରିଖ ଦିନ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ପୁରୀ ମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟନିର୍ବାହ କରି ସମସ୍ତଙ୍କର ପ୍ରଶଂସା ଭାଜନ ହୋଇପାରିଥିଲେ । ୨୦୦୭ ବ୍ୟାଚ୍ ର ଆଇ.ଏ.ଏସ୍. ଶ୍ରୀଯୁକ୍ତ ଦାସ ତାଙ୍କ ଚାକିରୀ କାଳରେ ବହୁ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ରହି ସୁଚାରୁ ରୂପେ ଦାୟିତ୍ବ ନିର୍ବାହ କରିଛନ୍ତି । ଜଣେ ବିଶିଷ୍ଟ ଲେଖକ ଭାବେ ଓଡିଶାର ପାଠକ ପାଠିକା ମାନଙ୍କ ନିକଟରେ ସେ ଚିର ପରିଚିତ । ଶ୍ରୀଯୁକ୍ତ ଦାସ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ଭାବେ ଦାୟିତ୍ବ ଗ୍ରହଣ କରିବା ପରେପରେ ବ୍ରହ୍ମପୁର ସ୍ଥିତ ମା ବୁଢୀ ଠାକୁରାଣୀ ମନ୍ଦିରର ଉନ୍ନୟନ କାର୍ଯ୍ୟ ତଦାରଖ କରିଥିଲେ ଏବଂ ପରେ ଗଞ୍ଜାମ କଳା ପରିଷଦ କବି ସୂର୍ଯ୍ୟ ରଙ୍ଗ ମଞ୍ଚର ଚାଲୁଥିବା ମଞ୍ଚକାର୍ଯ୍ୟ ମଧ୍ୟ ତଦାରଖ କରିଥିଲେ ଏବଂ ଏହି କାର୍ଯ୍ୟ ଶୀଘ୍ର ସମାପନ କରିବା ପାଇଁ ସଂପୃକ୍ତ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଏହି ଅବସରରେ ଦକ୍ଷିଣାଞ୍ଚଳ ରାଜସ୍ବ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ମାନଙ୍କ ସହିତ ଏକ ବୈଠକ ଆଗତ କରି ଜଣାଇଥିଲେଯେ, ରାଜସ୍ବ ବିଭାଗର କାର୍ଯ୍ୟ ଗୁଡିକ ଯେଭଳି ଜନସାଧାରଣ ସୁବିଧାରେ ହାସଲ କରିବେ ସେହି ଦିଗରେ ଯତ୍ନବାନ ହେବା ଆବଶ୍ଯକ । ଜନ ସାଧାରଣ ଯେଭଳି ସରକାରଙ୍କ ଦ୍ବାରା ପ୍ରଦତ୍ତ ସମସ୍ତ ସେବା ହାସଲ କରିବେ ସେଗୁଡିକ ବିଳମ୍ବ ନକରି ଅବିଳମ୍ବେ ପ୍ରଦାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ