ଶ୍ରୀରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତର ଗୃହ ପ୍ରତିଷ୍ଠା ଉତ୍ସବ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଛତ୍ରପୁର ବ୍ଲକ୍ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତର ନିଜସ୍ୱ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଗୃହ ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ସରପଞ୍ଚ ରେବତୀ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଗୃହ ହୋମଯଜ୍ଞ ଓ ପୂଜାପାଠ ପଣ୍ଡିତ ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ପଞ୍ଚାୟତ ସମିତି ସଭ୍ୟା ସୁଷମା ସେଠୀ, ଯୁବନେତା ଜି. ଦିଲେଶ୍ୱର ରେଡ୍ଡୀ, ଲିଙ୍ଗରାଜ ପ୍ରଧାନ, ରଞ୍ଜନ ସେଠୀ, ଯୁବ ସମାଜସେବୀ ଶିଶିର କୁମାର ପାଣିଗ୍ରାହୀ, ଦାସରଥୀ ରେଡ୍ଡୀ, ଶିକ୍ଷକ ନେତା ବିଷ୍ଣୁ ପଣ୍ଡାଙ୍କ ସମେତ ବହୁ ୱାର୍ଡ଼ ସଭ୍ୟସଭ୍ୟା, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟାବୃନ୍ଦ ଓ ପଞ୍ଚାୟତବାସୀ ଉପସ୍ଥିତ ରହି ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ୧୧ ଖଣ୍ଡ ଗ୍ରାମକୁ ନେଇ ନୂତନ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଗଠିତ ହୋଇଥିଲା ।