ଶ୍ରୀରାମଚନ୍ଦ୍ରପୁର ମୋୖଜ଼ାର ଜମିବିବାଦ ସମାଧାନ କରିବାକୁ ଦାବୀ

ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁର ଶ୍ରୀରାମଚନ୍ଦ୍ରପୁର ମୌଜାରେ ପୁରୁଷlନୁକ୍ରମେ ମାଟିଖlଲ ଗ୍ରାମବାସୀ ଚାଷ କରି ଜୀବିକା ନିର୍ବାହ କରିଆସୁଥିଲେ ବି ଭାରତୀୟ ବିରଳ ମୃତ୍ତିକା (ଆଇଆରଇ ଏଲ ) ଜବରଦସ୍ତଭାବେ ମାଟିଖନନ କରି ସ୍ବେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାନେଇ ଉପୁଜିଥିବା ଗ୍ରାମବାସୀଙ୍କ ଅସନ୍ତୋଷକୁ ଦବାଇ ଦେବାପାଇଁ ଆଇଆରଇ ଏଲ ମାଟିଖIଲ ଗ୍ରାମବାସୀଙ୍କ ବିରୋଧରେ ମିଥ୍ୟାକେସ ଦେଇଥିଲା I ଏଥି ସମ୍ବନ୍ଧରେ ଗତ ୧୬ ଡିସେମ୍ବର ମଧ୍ୟରାତ୍ରି ପର୍ଯ୍ୟନ୍ତ ଏସପି କାର୍ଯ୍ୟାଳୟକୁ ମାଟିଖIଲ ଗ୍ରାମବାସୀ ଘେରାଉ କରିଥିଲେ ଓ ପରବର୍ତ୍ତୀଦିନ ୧୭ ତାରିଖରେ ଏସପି ଙ୍କ ସହ ପ୍ରତିନିଧିଦଳର ଆଲୋଚନାରେ ତିନିଦିନ ମଧ୍ୟରେ କମିଟି କରି ଜିଲ୍ଲାପାଳ,ତହସିଲଦାର ଓ ସେ ନିଜେ ରହି ଏହି ଜମି ସମସ୍ୟାର ସମାଧାନ କରିବେ ଓ କୌଣସି ପ୍ରକାର ମିଥ୍ୟାକେସ ଗିରିଫଦାରୀ ହେବ ନାହିଁ ବୋଲି ଆରକ୍ଷୀ ଅଧିକ୍ଷକ ପ୍ରତିଶୃତି ଦେଇଥିଲେ I ଗ୍ରାମବାସୀ ନିଜ ପକ୍ଷରଖି ସମସ୍ତଜମି ସମ୍ବନ୍ଧୀୟ କାଗଜପତ୍ର ଏସପି ଙ୍କୁ ପ୍ରଦାନ କରିଥିଲେ କିନ୍ତୁ ଆଜକୁ ଏକ ମାସ ବିତିବାକୁ ଥିବାବେଳେ ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ନା ପୋଲିସ ପ୍ରଶାସନ କେହିବି ନିଜସ୍ୱ ଆଗ୍ରହ ଦେଖାଇ ନାହାନ୍ତି ଏବଂ ଅନ୍ୟ ପକ୍ଷରେ ଗ୍ରାମବାସୀଙ୍କ ଉକ୍ତ ଜମିରେ ଆଇଆରଇ ଏଲ ତା’ର ନିର୍ମାଣ କାର୍ଯ୍ୟ ଚାଲୁରଖିଛି I ଏପରି ଦୋମୁହାଁ ନୀତିଦ୍ୱାରା ଜିଲ୍ଲାପ୍ରଶାସନ ସନ୍ଦେହବଳୟକୁ ଆସିଯାଇଛି I ସ୍ଥାନୀୟ ଅଂଚଳରେ ଏଥି ସମ୍ବନ୍ଧରେ ଆଜି ମାଟିଖlଲ ଗ୍ରାମରେ ଜୀବନ ଜୀବିକା ପରିବେଶ ସୁରକ୍ଷା ମଞ୍ଚର ଆବାହକ ଗୁରୁଦେବ ବେହେରାଙ୍କ ଅଧ୍ୟକ୍ଷତାରେ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଉପଦେଷ୍ଟା ଅବନୀ ଗୟା, ସଭାପତି ଉଦୟ ପ୍ରଧାନଙ୍କ ସମେତ ସି.ପି.ଆଇ (ଏମ-ଏଲ)ରେଡଷ୍ଟାର ର ଜିଲ୍ଲା ସମ୍ପାଦକ ଶଙ୍କର ସାହୁ, ଭଗବାନ ପ୍ରଧାନ, ଇନ୍ଦୁ ପ୍ରଧାନ, ବନ୍ଧୁ ପ୍ରଧାନ, ଝୁନା ପ୍ରଧାନ, ଶଶୀ ପ୍ରଧାନ, ଚଞ୍ଚଳି ପ୍ରଧାନ, ନାରାୟଣ ପ୍ରଧାନ, ପୁନିଆ ପ୍ରଧାନ ଆଦି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଏନେଇ ଏକ ପ୍ରେସ ବିବୃତି ଜରିଆରେ ଜୀବିକା ପରିବେଶ ସୁରକ୍ଷା ମଞ୍ଚର ଆବାହକ ଗୁରୁଦେବ ବେହେରା ସୂଚନା ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ