ଶ୍ରୀରାମ ଚରିତ ମାନସ ପାରାୟଣ ଓ ପ୍ରବଚନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଫ୍ରେଣ୍ଡସ କଲୋନି ଠାରେ ଥିବା ଦିବ୍ୟ ଜୀବନ ସଙ୍ଘ ଅନୁକୂଲ୍ୟ ରେ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ଅନୁଷ୍ଠିତ ହେଉଅଛି । ଏହି କାର୍ଯ୍ୟକ୍ରମ ଆସନ୍ତା ଦଶ ତାରିଖ ତଥା ପବିତ୍ର ଶ୍ରୀରାମ ନବମୀ ପର୍ଯ୍ୟନ୍ତ ଚାଲିବ । ସକାଳ ୭.୩୦ ରେ ପାରାୟଣ ହେଉଥିବା ବେଳେ ସନ୍ଧ୍ୟା ୭ଘଣ୍ଟା ସମୟରେ ପ୍ରବଚକ ବିପ୍ରଚରଣ ମିଶ୍ରଙ୍କ ଦ୍ଵାରା ପ୍ରବଚନ ପ୍ରଦାନ କରାଯାଉଛି । ଏହି ପ୍ରବଚନ ରେ ଦିବ୍ୟ ଜୀବନ ସଂଘର ସଦସ୍ୟ ମାନଙ୍କ ସମେତ ଆଧ୍ୟାତ୍ମିକ ପ୍ରେମୀ ତଥା ଭକ୍ତ ବା ଶ୍ରଦ୍ଧାଳୁ ମାନେ ଉପସ୍ଥିତ ରହି ରାମ ଚରିତ ନବାହ୍ନ ପାରାୟଣ ଶ୍ରବଣ କରୁଛନ୍ତି । ଏହି କାର୍ଯ୍ୟକ୍ରମକୁ ଦିବ୍ୟ ଜୀବନ ସଂଘର ସଭାପତି ମୀନ କେତନ, ସମ୍ପାଦକ ପ୍ରସାଦ ନାୟକ, ମଧୁସୂଦନ ନାୟକ, କୌଳ।ସ ଜେନା , ରାମଚନ୍ଦ୍ର ଦାସ, ଜୟକୃଷ୍ଣ ପଟ୍ଟନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରୁଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ