ଶ୍ରୀରାମ ଜନ୍ମ ଭୁମି ତୀର୍ଥକ୍ଷେତ୍ର ସମୀକ୍ଷା ବୈଠକ

ଚିକିଟି,(କୁରେଶୁ ସାହୁ): ଦୀର୍ଘ ପାଞ୍ଚଶହ ବର୍ଷ ର ପ୍ରତୀକ୍ଷା ପରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଙ୍କ ଜନ୍ମ ଭୁମିରେ ଭବ୍ୟ ମନ୍ଦିର ନିର୍ମାଣ ହେବାକୁ ଯାଉଅଛି ଏଣୁ ରାଷ୍ଟ୍ରୀୟ ସ୍ୱାଭିମାନ ର ପୁନହ ପ୍ରତିଷ୍ଠା ପାଇଁ ଚିକିଟି ଓ ପାତ୍ରପୁର ଖଣ୍ଡ ପକ୍ଷରୁ ନିଧି ସମର୍ପଣ ର ନିବେଦନ କରାଯାଇ ସମର୍ପଣ ଅବଧି ଶେଷପରେ ଗଞ୍ଜାମ ଜିଲ୍ଲା ଅଭିଯାନ ପ୍ରମୁଖ ଶ୍ରୀ ଅରୁଣ ପ୍ରସାଦ ପାଢ଼ୀ ଙ୍କ ଅଧ୍ୟକ୍ଷତା ଓ ନୂଆପେଣ୍ଠ ଚେତନା ନନ୍ଦ ଆଶ୍ରମର କମଳା ରୂପେନ୍ଦ୍ର ମହାରାଜ ଙ୍କ ଉପସ୍ଥିତିରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ନିଧି ସଂଗ୍ରହ ସମ୍ପର୍କିତ ଗ୍ରାମ ମାନଙ୍କ ଉପରେ ଆଲୋଚନା ହୋଇଥିଲା।ଆଲୋଚନାରେ ଉଭୟ ଖଣ୍ଡର ଅଭିଯାନ ପ୍ରମୂଖ ଯଥା ତ୍ରିପତି ସାହୁ (ଚିକିଟି)ଅରୁଣ କୁମାର ପଣ୍ଡା(ପାତ୍ରପୁର)ଭାଗ ନେଇ ୧୫୦ ଗ୍ରାମ,୮୦୦୦ପରିବାର ଓ ୩୨୦୦୦ ଜନ ସମ୍ପର୍କ କରିଥିବା ମତବ୍ୟକ୍ତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ଗଣେଷ ଚନ୍ଦ୍ର ନାୟକ ଉପସ୍ଥିତ ରହି ଏହି ବୈଠକ କୁ ସଂଯୋଜନା କରିଥିବା ବେଳେ ଖଣ୍ଡ କାର୍ଯ୍ୟବାହ ଶ୍ରୀ ଜିତେନ୍ଦ୍ର ସାହୁ, ରବୀପ୍ରସାଦ ସାହୁକାର, ଦେବୀ ପ୍ରସାଦ ଦାସ, ଧୃବ ଚରଣ ମହାରଣା,ରବୀନ୍ଦ୍ର ସାହୁ, ବନୋଦ ପାଣିଗ୍ରାହୀ, ଋତୁପୂର୍ଣ ନାୟକ, ଏସ ସତ୍ୟ ନାରାୟଣ,ସନ୍ତୋଷ ସାହୁ ପ୍ରମୁଖ ବୈଠକରେ ଅଂଶ ଗ୍ରହଣ କରି ହିନ୍ଦୁ ସମାଜର ଏକାତ୍ମ ଭାବ ରକ୍ଷା ସହ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ