ଶ୍ରୀରାମ ଜୁନିୟର କଲେଜ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଶ୍ରୀରାମ ଜୁନିୟର କଲେଜରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଆଜି ବୁଦୁରା ପଞ୍ଚାୟତ ଅନ୍ତର୍ଗତ ଇଦୁଡ଼ି ଗ୍ରାମରେ ନାଟକ ମାଧ୍ୟମରେ ସଚେତନତା କରାଯାଇଛି । ଛାତ୍ରଛାତ୍ରୀ ସେଠାରେ ସ୍ବଚ୍ଛ ଭାରତ, ନିଶା ନିବାରଣ, ବାଲ୍ୟ ବିବାହ ଉଚ୍ଛେଦ ନିମନ୍ତେ ସୁନ୍ଦର ପଥ ପ୍ରାନ୍ତ ନାଟକ ପରିବେଷଣ କରିଛନ୍ତି। ଏଥିସହ ଗାୟତ୍ରୀ ମନ୍ଦିର, ନଦୀ ତୁଠ ଛାତ୍ର ଛାତ୍ରୀ ସଫେଇ କରିଛନ୍ତି। ଏହି ସବୁ କାର୍ଯ୍ୟକ୍ରମରେ କଲେଜ ଅଧ୍ଯ ନବକୃଷ୍ଣ ସାହୁ କାରଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ପରିଚାଳନା କରାଯାଇଛି। ଅଧ୍ୟାପକ ଓ ଅଧ୍ୟାପିକା ତଥା କର୍ମଚାରୀ ସହଯୋଗ କରିଥିଲେ।


