ଶ୍ରୀରାମ ଡ଼ିଗ୍ରୀ କଲେଜରେ ବାର୍ଷିକ ଉତ୍ସବ ପାଳିତ

କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):କାଶୀନଗର ଶ୍ରୀରାମ ଡ଼ିଗ୍ରୀ କଲେଜର ତଥା ନବମ ରଘୁନାଥ କଲେଜ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି. ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ସମୟାନୁବର୍ଥିତ ହୋଇ ପ୍ରତେକ କାର୍ଯ୍ୟ କଲେ ଜୀବନରେ ସଫଳତା ପାଇପାରିବେ. ବୋଲି ନିଜ ବକ୍ତବ୍ୟ ରେ ମତ ରଖିଥିଲେ. ଉପଜିଲ୍ଲାପାଳ ତଥା କଲେଜ ସଭାପତି ଅନୁପ କୁମାର ପଣ୍ଡା ସ୍ଥାନୀୟ ବି ଡିଓ ଡମ୍ବୁରୁ ଧର ମଲ୍ଲିକ ଯୋଗ ଦେଇଥିଲେ. କଲେଜ ଅଧକ୍ଷ ପ୍ରଶାନ୍ତ ବାନାପାଲି ଅଧକ୍ଷଣ କରି କଲେଜର ବିବରଣୀ ପଠନ କରିଥିଲେ. ପୂର୍ବରୁ ବିଭିନ୍ନ କ୍ରୀଡାର ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଗଲା. ସନ୍ଧ୍ୟା ରେ ଛାତ୍ର ଛାତ୍ରୀ ମାନଙ୍କ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ