ଶ୍ରୀରାମ ଡିଗ୍ରୀ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗ ତରଫରୁ ଆଲୋଚନା ଚକ୍ର
କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):ସ୍ଥାନୀୟ ଶ୍ରୀରାମ ଡିଗ୍ରୀ କଲେଜ ଠାରେ ରାଜନୀତି ବିଜ୍ଞାନ ବିଭାଗ ତରଫରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି କଲେଜ ଅଧ୍ୟକ୍ଷ ଡଃ ପ୍ରଶାନ୍ତ ବନାପାଲି ଯୋଗ ଦେଇଥିବା ବେଳେ ରାଜନୀତି ବିଜ୍ଞାନ ଅଧ୍ୟାପିକା ବିଭାଗ ମୁଖ୍ୟ ସୁସ୍ମିତା ପାଣିଗ୍ରାହୀ, ତେଲୁଗୁ ଅଧ୍ୟାପକ ପି ଭେଙ୍କଟ ରାଓ ମଞ୍ଚାଷିନ ହୋଇଥିଲେ।ଆଲୋଚନା ଚକ୍ରରେ ମୁଖ୍ୟ ବିଷୟ ଥିଲା “ଭାରତ ରେ ରାଜନୈତିକ ପାର୍ଟୀ ବ୍ୟବସ୍ଥା” | ଏହି ବିଷୟକୁ୍ ଟି ଗାୟତ୍ରୀ, ଜି କିରଣ ମୟୀ,ନନ୍ନେଲୁ ଗମାଙ୍ଗୋ, ଚIଣ୍ଟି ଶବର ଉପସ୍ଥାପନ କରିଥିଲେ | ଏହି କାର୍ଯ୍ୟକ୍ରମରେ ବିଭାଗ ର ଛାତ୍ର ଛାତ୍ରୀ,ଶିକ୍ଷା ଅନୁଷ୍ଠାନ ର ଅଧ୍ୟାପକ ଓ ଅଧ୍ୟାପିକା ଯୋଗ ଦେଇଥିଲେ| ମୁକ୍ତି ରଇତ କାର୍ଯ୍ୟକ୍ରମ ପରିଚାଳନା କରିି ଥିଲେ ଓ ଏସ୍ ଲକ୍ଷ୍ମୀ ସୁମା ଧନ୍ୟବାଦ ଦେଇଥିଲେ I