ଶ୍ରୀରାମ ନବମୀରେ ରାମଚରିତ ମାନସ ପାଠ ଓ ପୂଜାର୍ଚ୍ଚନା

ହିଞ୍ଜିଳିକାଟୁ,(ସୁଧାନିଧି ଚୌଧୁରୀ): ଶ୍ରୀରାମ ନବମୀ ଅବସରରେ ହିଞ୍ଜିଳି ଠାରେ ପ୍ରତିଷ୍ଠିତ ରଘୁନାଥ ମଠରେ ବିରାଜିତ ସୀତା, ଲକ୍ଷ୍ମଣ, ହନୁମାନଙ୍କ ସହ ବିରାଜିତ ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମ ଭଗବାନଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ସକାଶେ ଦିନ ତମାମ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ଭିଡ ଜମିଥିଲା । ମହାପ୍ରଭୁ ଶ୍ରୀରାମଙ୍କ ଜାତବେଦ ଠାରୁ ଆରମ୍ଭ କରି ଯଥାବିଧି ପୂଜାର୍ଚ୍ଚନା, ଆରତି, ମାନସ ପାରାୟଣ ସହ ଭଜନ କିର୍ତ୍ତନ ଦ୍ୱାରା ପାରମ୍ପରିକ ଉତ୍ସବ ପାଳନ କରାଯାଇଥିଲା । ମଠର ମହନ୍ତ ମହନ୍ତ ମହାରାଜ ଲକ୍ଷ୍ମୀ ନାରାୟଣ ପଣ୍ଡା ପ୍ରତ୍ୟକ୍ଷ ଭାବେ ଶ୍ରୀରାମ ନବମୀ ଉତ୍ସବ ପରିଜାଳନା କରିଥିଲେ । ପାବନ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଓ ଭୋଗାର୍ପଣ ପାଇଁ ପ୍ରାତଃରୁ ବଡ ସିଂହାର ବେଶ ପର୍ଯ୍ୟନ୍ତ ଗହଳ ଚହଳ ଲାଗି ରହିଥିଲା । ଅନୁରୁପ ଭାବେ ସ୍ଥାନୀୟ ପୌରାଞ୍ଚଳ ଆଙ୍କୋରଡା, ନୁଆଁଗଡ ସମେତ ସ୍ଥାନୀୟ ବ୍ଳକର ବୁରୁପୋଡା, ସିକରି ସମେତ ନିକଟବର୍ତ୍ତୀ ଅଞ୍ଚଳର ବିଭିନ୍ନ ରଘୁନାଥ ମନ୍ଦିର ଓ ମଠ ଗୁଡିକରେ ମହାଆଡମ୍ବର ସହକାରେ ଶ୍ରୀରାମ ନବମୀ ଉତ୍ସବ ପାଳନ କରାଯାଇଛି ।ନୁଆଁଗଡ଼ ରୋଡ଼ ଚାରିଛକ ସ୍ଥିତ ଶ୍ରୀ ସଙ୍କଟ ମୋଚନ ହନୁମାନ ମନ୍ଦିର ଓ ବଜରଙ୍ଗ ଦଳ ତରଫରୁ ଯୁଗ ପୁରୁଷ ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତିକୁ ପାବନ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରତିମୂର୍ତ୍ତି ଆବାହନ କରି ସହର ସାରା ପରିକ୍ରମା କରି ଜୟ ଶ୍ରୀରାମ ନାରାରେ ମୁଖରିତ ହୋଇଥିଲା। ସହସ୍ରାଧିକ ଯୁବକ ଯୁବତୀ ପଦଯାତ୍ରା ଓ ବାଦ୍ୟ ବାଜଣାରେ ସାମିଲ ହୋଇ ଉତ୍ସବକୁ ପାଳନ କରିଥିଲେ। ଅନୁରୂପ ଭାବେ ସ୍ଥାନୀୟ ବ୍ଳକ ପୋଚିଲିମା ସ୍ଥିତ ସାଇ ସୁନ୍ଦର ଧାମ ଠାରେ ବୁଧବାର ଦିନ ସ୍ବତନ୍ତ୍ର ଶ୍ରୀରାମ ନବମୀ ଉତ୍ସବ ପାଳନ କରାଯାଇଥିଲା। ପୂର୍ବାହ୍ନରେ ମହାଭିଷେକ, ଶାନ୍ତିହୋମ ପରେ ମଧ୍ୟାହ୍ନରେ ମଧ୍ୟାହ୍ନ ଆଳତୀ କରାଯାଇଥିଲା। ଅପରାହ୍ନରେ ମନ୍ଦିର ପରିସରରେ ଭଜନ କାର୍ଯ୍ୟକ୍ରମ, ସନ୍ଧ୍ୟାରେ ସନ୍ଧ୍ୟା ଆଳତୀ ଓ ପାଲିଙ୍କି ଯାତ୍ରା ଅନୁଷ୍ଠିତ ହୋଇଥିଲା। ସହସ୍ରାଧିକ ସାଇ ଭକ୍ତ ପ୍ରଭୁଙ୍କ ପାଲିଙ୍କି ଯାତ୍ରାରେ ସାମିଲ ହେବା ସହ ପ୍ରସାଦ ସେବନ କରି ପ୍ରଭୁକୃପା ଲାଭ କରିଥିଲେ ।
ଫୋଟ –

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ