ଶ୍ରୀରାମ ମନ୍ଦିର ନିର୍ମାଣ ନିଧି ସଂଗ୍ରହ ସମିତିର ସହର ପରିକ୍ରମା

ବୁଗୁଡା,(ଅନିଲ କୁମାର ମହାରଣା): ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ ସମିତିର ବୁଗୁଡା ବ୍ଲକ କମିଟି ପକ୍ଷରୁ ଶୁକ୍ରବାର ଦିନ ଏକ ବାଇକ ଶୋଭାଯାତ୍ରା ବୁଗୁଡା ସହର ପରିକ୍ରମା କରିଥିଲା। ଶ୍ରୀରାମ ମନ୍ଦିର ନିର୍ମାଣ ନିଧି ସଂଗ୍ରହ ସମିତିର ସଦସ୍ୟ ଦୁର୍ଗା ପ୍ରସାଦ ଦାଶ, ରଜତ କୁମାର ପୃଷ୍ଟି, ରାଧା ମାଧବ ପରିଡା, ତ୍ରିଲୋଚନ ସାହୁ, ଦିଲ୍ଲୀପ କୁମାର ପାତ୍ର ପ୍ରମୁଖ ଏହି ଶୋଭାଯାତ୍ରାର ନେତୃତ୍ୱ ନେଇଥିବା ବେଳେ ବୁଗୁଡା ସହର ପରିକ୍ରମା କରି ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ସମସ୍ତଙ୍କ ସହଯୋଗ କାମନା କରିବାପାଇଁ ଜନସାଧାରଣଙ୍କ ନିକଟରେ ବାର୍ତ୍ତା ଦେଇଥିଲେ। ନିଧି ସଂଗ୍ରହ ପାଇଁ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ବିଜେପି ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଳିକ, ବିଜେପି ନେତା ପ୍ରତାପ ନାୟକ ପ୍ରମୁଖ ମଧ୍ୟ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ