ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଦିବସରେ ଶଙ୍କରାଚାର୍ଯ୍ୟ

ଅନୁଗୋଳ (ଜୁଗାବ୍ଦ ନ୍ୟୁଜ୍‍): ଅନୁଗୋଳ ଜିଲ୍ଲା ବନ୍ତରା ରେଞ୍ଜ କାର୍ଯ୍ୟାଳୟ ନିକଟରେ ନିର୍ମିତ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ଦିବସ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛଇ । ଅପରାହ୍ନରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଯୋଗ ଦେଇ ଯଜ୍ଞକାର୍ଯ୍ୟରେ ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ । ପରେ ବନ୍ତଳା ସରକାରୀ ହାଇସ୍କୁଲ ପଡ୍‍ଚଆରେ ଆୟୋଜିତ ଧର୍ମସଭାରେ ଯୋଗ ଦେଇ ଜଗଦଗୁରୁ ଲୋକଙ୍କୁ ମାଗଦର୍ଶନ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ, ସନାତନ ଧର୍ମକୁ ନଷ୍ଟ କରିବା ପାଇଁ ଆନ୍ତର୍ଜାତିକ ସ୍ତରରେ ଯେଉଁ ଷଡ଼ଯନ୍ତ୍ର ଚାଲିଛି ସେଥିରେ ଭାରତ ବର୍ଷର କେନ୍ଦ୍ର ସରକାର ତଥା ପ୍ରାନ୍ତ ସରକାରୀ ସହଯୋଗୀ ବନିଛନ୍ତି । ସମାଜରେ ମାତୃଶକ୍ତିର ଜାଗରଣ ହେଲେ ବୈପ୍ଲବିକ ଜାଗରଣ ସମ୍ଭବ । ସମଗ୍ର ହିନ୍ଦୁ ସମାଜ ଏକ ହୋଇ ଧର୍ମର ସୁରକ୍ଷା କରିବା ପାଇଁ ସ୍ୱାମୀ ଶଙ୍କରାଚାର୍ଯ୍ୟ ଆହ୍ୱାନ ଦେଇଥିଲେ । ବିଭିନ୍ନ ରାଜ୍ୟରୁ ଆସିଥିôା ସାଧୁସନ୍ଧ, ମହନ୍ତ, ବିଦ୍ୱାନ ଓ ସ୍ୱାମୀ ନିର୍ଭିକଳ୍ପା ନନ୍ଦ ସରସ୍ୱକୀ, ସ୍ୱାମୀ ସଚ୍ଚିଦାନନ୍ଦ ସରସ୍ୱୀ, ସ୍ୱାମୀ ଜିଜ୍ଞାସା ନନ୍ଦ ସରସ୍ୱତୀ, ସ୍ୱାମୀ ଧନଞ୍ଜୟ ପୁରୀ, ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ, ସ୍ୱାମୀ ଅଚ୍ୟୁତାନନ୍ଦ ସରସ୍ୱତୀ, ସ୍ୱାମୀ ଜୀବନମୁକ୍ତା ନନ୍ଦ, ଆଦିଦ୍ୟ ବାହିନୀର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେମନ୍ତ କୁମାର ଦାସ ମହାସଚିବ ପଣ୍ଡିତ ମାତୃ ପ୍ରସାଦ ମିଶ୍ର, ପୀଠ ପରିଷଦର ରାଜ୍ୟ ଉପସଭାପତି ପଣ୍ଡିତ ରୋହିତ କୁମାର ଦାସ ଓ ଅନୁଗୋଳ ଜିଲ୍ଲା ଆଦିତ୍ୟ ଏବଂ ଆନନ୍ଦ ବାହିନୀର ସମସ୍ତ ପଦାଧିକାରୀ ଯୋଗ ଦେଇଥିଲେ । ଶ୍ରୀରାମ ମନ୍ଦିର ସଭାପତି ତଥା କେନ୍ଦ୍ର ସାହିତ୍ୟ ବାହିନୀ ସଂଗଠକ ପଣ୍ଡିତ ମହେଶ୍ୱର ସାହୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରିଥିଲେ । ଏଥିରେ ୫ ହଜାରରୁ ଊଦ୍ଧ୍ୱର୍ ଭକ୍ତଙ୍କ ସମାଗମ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ