ଶ୍ରୀରାମ ସ୍ନାତକ ମହାବିଦ୍ୟାଳୟ ରେ ବିଶ୍ଵ ଏଡସ ଦିବସ ପାଳିତ

କାଶୀନଗର, (ରାଜେଶ କୁମାର ପଟ୍ଟନାୟକ): ସ୍ଥାନୀୟ ଶ୍ରୀରାମ ସ୍ନାତକ ମହାବିଦ୍ୟାଳୟ ରେ ବିଶ୍ଵ ଏଡସ ଦିବସ ପାଳିତ ।କାର୍ଯ୍ୟକ୍ରମ ଟି “ସଠିକ୍‌ ମାର୍ଗ ଆପଣାନ୍ତୁ; ମୋ ସ୍ବାସ୍ଥ୍ୟ, ମୋ ଅଧିକାର’ ଥିମ୍ ରେ ଅନୁଷ୍ଠିତ ହୋଇଥିଲା I ଜାତୀୟ ସେବା ଯୋଜନା ମେଲ୍ ୟୁନିଟ୍ କାର୍ଯ୍ୟକାରୀ ଅଧିକାରୀ ବିଶ୍ଵ ରଞ୍ଜନ ଗୌଡ ଓ ଫିମେଲ ୟୁନିଟ୍ କାର୍ଯ୍ୟକାରୀ ଅଧିକାରୀ ଶ୍ରୀମତୀ ଭାଗ୍ୟ ଲକ୍ଷ୍ମୀ ପଟ୍ଟନାୟକ, ଯୁବ ରେଡକ୍ରସ୍ ଅଧିକାରୀ ପାଡାଲା ଭେଙ୍କଟ ରାଓ ,ଏଏନ୍ଓ ଭେଙ୍କଟ ରାଓ ପାଡାଲା ଏହି କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଏହି ପରିପ୍ରେକ୍ଷୀରେ ରେ ପ୍ରାଣୀ ବିଜ୍ଞାନ ଅଧ୍ୟାପକ ଜୟନ୍ତ କୁମାର ମିଶ୍ର, ଭୂଗୋଳ ଡେମୋନଷ୍ଟ୍ରେଟର ଦେବକାନ୍ତ ମିଶ୍ର,ରାସାୟନିକ ବିଭାଗ ଡେମୋନଷ୍ଟ୍ରେଟର କାଟକୀ ରାମକୃଷ୍ଣ, ମୁଖ୍ୟ କିରାଣୀ ରାମା ରାଓ, କ୍ରୀଡା ଶିକ୍ଷକ ରାମଚନ୍ଦ୍ର ବେହେରା ପ୍ରମୁଖ ସ୍ଵେଚ୍ଛାସେବୀ ଙ୍କ ମନୋବଳ ବଢାଇଥିଲେ I ଜାତୀୟ ସେବା ଯୋଜନା ର ସ୍ଵେଚ୍ଛାସେବୀ , ଏନ୍ ସି ସି ୱିଙ୍ଗ୍ ର କ୍ୟାଡେଟ୍ ,ଯୁବ ରେଡକ୍ରସ୍ ସ୍ଵେଚ୍ଛାସେବୀ ,ବିଦ୍ୟାଳୟ ର ଛାତ୍ରଛାତ୍ରୀ, ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ଏକ ବିଶାଳ ଶୋଭାଯାତ୍ରା ରେ କାଶୀନଗର ଭ୍ରମଣ କରି ଗ୍ରାମବାସୀଙ୍କୁ ଏଡସ ସଚେତନତା ବାର୍ତ୍ତା ପ୍ରଦାନ କରି ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ