ଶ୍ରୀଲଙ୍କାରେ ହେବ ପ୍ରଥମ ଇଲେକ୍ଟ୍ରିକ୍ ଟ୍ରେନ୍ ଟ୍ରାକ୍
କଲମ୍ବୋ: ଶ୍ରୀଲଙ୍କାର କାଣ୍ଡି ସହରରେ ପ୍ରଥମ ଇଲେକ୍ଟଟ୍ରିକ୍ ଟ୍ରେନ୍ ଟ୍ରାକ୍ ନିର୍ମାଣ କରିବାକୁ ଶ୍ରୀଲଙ୍କା ସରକାର ଯୋଜନା କରିଛନ୍ତି। ମନ୍ତ୍ରୀ ଦିଲୁମ ଅମୁନୁଗମା କହିଛନ୍ତି, ଏହି ଇଲେକ୍ଟଟ୍ରିକ୍ ଟ୍ରେନ୍ ଟ୍ରାକ୍ ନିର୍ମାଣ କରିବାର ନିଷ୍ପତ୍ତି ବୁଧବାର ନିଆଯାଇଛି। ଏହାଦ୍ୱାରା ଟ୍ରାଫିକ ବ୍ୟବସ୍ଥା ସହଜ ହୋଇପାରିବ। ପରିବହନ ମନ୍ତ୍ରୀ ମହିନ୍ଦା ଅମରାଓ୍ବେରା କହିଛନ୍ତି, ଏହି ନୂତନ ଯୋଜନାକୁ ନଓ୍ବାଲାପିଟିଆ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବ। ରମ୍ବୁକ୍କାନା ଓ କଡୁଗାନ୍ନାଓ୍ବା ମଧ୍ୟରେ ଏହି ନୂଆ ଇଲେକ୍ଟଟ୍ରିକ୍ ଟ୍ରେନ୍ ଟ୍ରାକ୍ ନିର୍ମାଣ କରାଯିବ। ସ୍ପେନର ଏକ କମ୍ପାନୀ ଏହାର ନିର୍ମାଣ ଦାୟିତ୍ୱ ନେଇଥିବା ସେ ସୂଚନା ଦେଇଛନ୍ତି।


