ଶ୍ରୀଲଙ୍କା ପାଇଁ ଭାରତୀୟ ଦଳ ଘୋଷଣା, ବାଦ୍ ପଡ଼ିଲେ ରୋହିତ ଓ ସାମି

ମୁମ୍ବାଇ : ବାରବାଟୀ ବିଜୟ ପରେ ଟିମ୍‌ ଇଣ୍ଡିଆ ଏବେ ପ୍ରସ୍ତୁତ ହେଉଛି ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆ ସହ ଟକ୍କର ଦେବା ପାଇଁ । ବର୍ଷ ଆରମ୍ଭରୁ ଭେଟିବ ପଡ଼ୋଶୀ ଶ୍ରୀଲଙ୍କାକୁ । ୨୦୨୦ ଜାନୁଆରୀ ୫ ତାରିଖରୁ ଘରୋଇ ସିରିଜ୍‌ରେ ଶ୍ରୀଲଙ୍କା ସହ ମୁକାବିଲା କରିବ ଭାରତୀୟ ଦଳ । ଦୁଇ ଟିମ୍‌ ଟି-୨୦ ସିରିଜ୍‌ ଖେଳିବେ । ଏଥିପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଦଳରୁ ବାଦ୍‌ ପଡ଼ିଛନ୍ତି ଚଳିତ ବର୍ଷର ସବୁଠାରୁ ଦୁଇ ସଫଳ ଖେଳାଳି ରୋହିତ ଶର୍ମା ଏବଂ ମହମ୍ମଦ ସାମି । ସେମାନଙ୍କୁ ବିଶ୍ରାମ ଦିଆଯାଇଛି ବୋଲି ମୁଖ୍ୟ ଚୟନକର୍ତ୍ତା ଏମ୍‌ଏସ୍‌କେ ପ୍ରସାଦ କହିଛନ୍ତି । ସଞ୍ଜୁ ସାମ୍‌ସନ୍‌ ବ୍ୟାକ୍‌ଅପ୍‌ ଓପନର ଭାବେ ରହିବେ । ତେବେ ଦଳକୁ ଫେରିଛନ୍ତି ବୋଲର୍‌ ଯଶପ୍ରୀତ ବୁମରା ଏବଂ ଓପନର ଶିଖର ଧବନ୍‌ । ଆହତ ଥିବା ବୁମରା ୪ ମାସ ହେଲା ବିଶ୍ରାମ ନେଉଥିଲେ । ଭାରତ ଓ ଶ୍ରୀଲଙ୍କା ଏହି ସିରିଜ୍‌ରେ ୩ଟି ଟି-୨୦ ମ୍ୟାଚ୍‌ ଖେଳିବେ । ପ୍ରଥମ ମ୍ୟାଚ୍‌ ଜାନୁଆରୀ ୫ରେ ଗୌହାଟୀ, ୭ରେ ଇନ୍ଦୋର ଏବଂ ୧୦ ତାରିଖରେ ପୁନେରେ ମ୍ୟାଚ୍‌ ଖେଳାଯିବ । ଏହାପରେ ଅଷ୍ଟ୍ରେଲିଆ ଦଳ ଭାରତ ଆସି ଦିନିକିଆ ସିରିଜ୍‌ ଖେଳିବ । ଏହି ସିରିଜ୍‌ ଜାନୁଆରୀ ୧୪ ତାରିଖରୁ ଆରମ୍ଭ ହେବ । ଏହି ସିରିଜ୍‌ ପାଇଁ ମଧ୍ୟ ଚୂଡ଼ାନ୍ତ ଦଳ ଘୋଷଣା କରାଯାଇଛି । ତେବେ ଏହି ଦଳକୁ ରୋହିତ ଶର୍ମା ଫେରିଛନ୍ତି ।
ସମସ୍ତଙ୍କ ବିଷୟରେ ପ୍ରସାଦ ସୂଚନା ଦେଇଥିବା ବେଳେ ମହେନ୍ଦ୍ର ସିଂହ ଧୋନି ଦଳକୁ ଫେରିବା ନେଇ ପ୍ରଶ୍ନର ସଠିକ୍‌ ଉତ୍ତର ସେ ଦେଇ ପାରିନଥିଲେ । ସେ କହିଥିଲେ ଯେ ଏ ନେଇ ମୁଁ କିଛି କହି ପାରିବି ନାହିଁ । ତେବେ ଦଳରେ ଚୟନ ପାଇଁ ମାହିଙ୍କୁ ଆଗେ ଖେଳିବାକୁ ପଡ଼ିବ ।
ଶ୍ରୀଲଙ୍କା ଟି-୨୦ ପାଇଁ ଭାରତୀୟ ଦଳ
ବିରାଟ କୋହଲି (ଅଧିନାୟକ), ଶିଖର ଧବନ, କେ.ଏଲ୍‌ ରାହୁଲ, ଶ୍ରେୟସ ଆୟର, ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ଶବମ୍‌ ଦୁବେ, ଯୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ନବଦୀପ ସଇନି, ଶାର୍ଦ୍ଦୁଲ ଠାକୁର, ମନୀଶ ପାଣ୍ଡେ, ଓ୍ଵାଶିଂଟନ୍‌ ସୁନ୍ଦର, ସଞ୍ଜୁ ସାମ୍‌ସନ୍‌ ।
ଅଷ୍ଟ୍ରେଲିଆ ଦିନିକିଆ ପାଇଁ ଭାରତୀୟ ଦଳ
ବିରାଟ କୋହଲି (ଅଧିନାୟକ), ଶିଖର ଧବନ, ରୋହିତ ଶର୍ମା, କେ. ଏଲ୍‌. ରାହୁଲ, ଶ୍ରେୟସ ଆୟର, ଋଷଭ ପନ୍ତ, ମନୀଶ ପାଣ୍ଡେ, କେଦାର ଯାଦବ, ରବୀନ୍ଦ୍ର ଜାଡେଜା, ଶବମ୍‌ ଦୁବେ, ଯୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ନବଦୀପ ସଇନି, ଶାର୍ଦ୍ଦୁଲ ଠାକୁର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ