ଶ୍ରୀଲଙ୍କା ବିସ୍ଫୋରଣ ମାଷ୍ଟରମାଇଣ୍ଡ୍ ବାପା, ୨ପୁଅ ନିହତ

କଲମ୍ବୋ(ଏଜେନ୍ସି): ଶ୍ରୀଲଙ୍କାରେ ସଂଗଠିତ ସିରିଜ୍ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ଏବଂ ତା’ର ଦୁଇ ପୁଅ ମୃତ୍ୟୁବରଣ କରିଛନ୍ତି । ଶ୍ରୀଲଙ୍କା ପୁଲିସ୍ ପକ୍ଷରୁ ରବିବାର ଏସମ୍ପର୍କରେ ଘୋଷଣା କରାଯାଇଛି । ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନାନୁସାରେ ଏମାନେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ ପାଇଁ କାମ କରୁଥିଲେ । ଶୁକ୍ରବାର ରାତିରେ ଶ୍ରୀଲଙ୍କା ପୁଲିସ୍ ଏବଂ ସାମରିକ ଯବାନଙ୍କ ମିଳିତ ଆକ୍ରମଣ କରିବା ଏବଂ ୧୫ଜଣ ସନ୍ଦିଗ୍ଧଙ୍କୁ ନିପାତ କରିବା ଘଟଣାରେ ଏହି ୩ଜଣଙ୍କ ମୃତ୍ୟୁ ହୋଇଥିବା ପୁଲିସ୍ ସ୍ପଷ୍ଟ କରିଛି । ନିହତ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କ ଠାରୁ ସୂଚନା ପାଇବା ପରେ ଏସମ୍ପର୍କରେ ପୂରା ଘଟଣା ସାମ୍ନାକୁ ଆସିଛି । ମୃତ ୩ ଆତଙ୍କବାଦୀ ହେଲେ ମୁବାରକ୍ ହାସିମ୍, ରିଲୱାନ୍ ହାସିମ୍ ଓ ସେମାନଙ୍କ ବାପା ମହମ୍ମଦ ହାସିମ୍ । ଅନ୍ୟପକ୍ଷେ ଶ୍ରୀଲଙ୍କା ସେନାବାହିନୀ ସହ ଗୁଳିବିନିମୟ ସମୟରେ ଆତ୍ମଘାତୀ ବିସ୍ଫୋରଣରେ ନିହତ ଏହି ତିନି ଆଙ୍କବାଦୀ ବାପା-ପୁଅଙ୍କୁ ନିଜ କ୍ୟାଡର ବୋଲି ଆଇଏସ୍ ସ୍ୱୀକାର କରିଛି । ସେହିପରି ଅନ୍ୟ ଏକ ସୂଚନାନୁସାରେ ଶ୍ରୀଲଙ୍କା ବିସ୍ଫୋରଣର ଯଥେଷ୍ଟ ପୂର୍ବରୁ ଅର୍ଥାତ୍ ୨ଠ୧୭ରେ ମୁବାରକ୍ ଓରଫ୍ ଆଜାନ୍ ଦୁଇ ୨ଥର ଭାରତ ଆସିଥିବା ସୂଚନା ମିଳିଛି । ଭାରତୀୟ ଯାଞ୍ଚ କର୍ତ୍ତା ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ତଥ୍ୟରୁ ଏହି ସୂଚନା ମିଳିଛି । ତଦନ୍ତକାରୀ ସଂସ୍ଥା (ଏନଆଇଏ) କେରଳର କେତେକ ସ୍ଥାନରେ ଚଢଉ କରିଥିବା ଏବଂ ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି । କେରଳର ନୈନମାରମୁଲା ଓ ବନ୍ଦଦୁକା ଅଞ୍ଚଳର ଦୁଇ ଜଣ ବ୍ୟକ୍ତିଙ୍କ ଘରେ ଏନ୍ଆଇଏ ପକ୍ଷରୁ ଚଢଉ କରାଯାଇଥିଲା । ତେବେ ଏହି ଚଢଉରେ କଣ ଜବତ କରାଯାଇଛି ସେ ସମ୍ପର୍କରେ ଏନଆଇଏ ପକ୍ଷରୁ କିଛି କୁହାଯାଇନାହିଁ । ଏହି ଦୁଇ ବ୍ୟକ୍ତିଙ୍କର ନିଷିଦ୍ଧ ଇସଲାମିକ ସଂଗଠନ ତୋହିଥ୍ ଜମାତ୍ ଓ ଆଇଏସ ସହ ସମ୍ପର୍କ ଥିବା ଏନ୍ଆଇଏ ସନ୍ଦେହ କରୁଛି । ପ୍ରାୟ ୬ଠଜଣ ମାଲାୟଲାମ୍ ଭାଷୀ ଲୋକଙ୍କ ଉପରେ ଏନଆଇଏ କଡା ନଜର ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ