ଶ୍ରୀଲଙ୍କା ରାଷ୍ଟ୍ରପତି ମୈଥ୍ରୀପାଲ ସିରିସେନାଙ୍କ କଡାକାର୍ଯ୍ୟାନୁଷ୍ଠନ
ଶ୍ରୀଲଙ୍କାରେ ଗତ ଏପ୍ରିଲ ୨୧ ତାରିଖରେ ଚର୍ଚ୍ଚ ଏବଂ ଷ୍ଟେଶନରେ ସିରିଜ ବିସ୍ଫୋରଣ ଘଟିଥିଲା। ଏଥିରେ ୨୫୮ ଜଣ ପ୍ରାଣ ହରାଇଥିଲେ। ଏହି ଘଟଣାରେ ପୁଲିସ ୮୦ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ତେବେ ଗୋଇନ୍ଦା ବିଫଳତା ଯୋଗୁ ଏହି ବିସ୍ଫୋରଣ ଘଟିଥିବାରୁ ଶ୍ରୀଲଙ୍କା ରାଷ୍ଟ୍ରପତି ମୈଥ୍ରୀପାଲ ସିରିସେନା ଦେଶର ଗୋଇନ୍ଦା ମୁଖ୍ୟ ଶିଶିର ମେଣ୍ଡିସଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ତେବେ ମେଣ୍ଡିସଙ୍କୁ ବହିଷ୍କାର କରାଯାଇଛି ନା ସେ ଇସ୍ତଫା ଦେଇଛନ୍ତି ତାହାକୁ ନେଇ ଭିନ୍ନ ସୂଚନା ମିଳୁଥିବାବେଳେ ଭାରତୀୟ ଗୋଇନ୍ଦା ବ୍ୟୁରୋକୁ ହସ୍ତଗତ ସୂଚନା ଅନୁସାରେ ତାଙ୍କୁ ରାଷ୍ଟ୍ରପତି ବହିଷ୍କାର କରିଥିବା ଜଣାପଡ଼ିଛି। ବିସ୍ଫୋରଣ ସମ୍ପର୍କରେ ଆଗୁଆ ସୂଚନା ମିଳିଥିଲେ ହେଁ ଶ୍ରୀଲଙ୍କାର ଗୋଇନ୍ଦା ସଂସ୍ଥା ତାହାର ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ନେଇ ନ ଥିଲା ବୋଲି ତଦନ୍ତ ରିପୋର୍ଟରୁ ସ୍ପଷ୍ଟ ହେବା ପରେ ଏହି କାଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।