ଶ୍ରୀଲିଙ୍ଗରାଜଙ୍କ କୁଡ଼ୁଆ ସମ୍ପତ୍ତି ରେ ପ୍ଲଟିଂ ସ୍ମିମ୍‌

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ଭବିଷ୍ୟତରେ ସେବା ପୂଜା ସଂକଟ ଉପୁଜିବା ଏକ ପ୍ରକାର ନିଶ୍ଚିନ୍ତ ହୋଇସାରିଲାଣି । ହାତଗଣତି ଉଚ୍ଚବର୍ଗର ସେବାୟତଙ୍କ ପ୍ରଭାବ, ଶ୍ରୀ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ଼ ଏବଂ ଦେବୋତ୍ତ୍ୱର କମିଶନରଙ୍କ ନିରବତା କାରଣରୁ କେତେକ ସେବା ଓ ପରଂପରା ଲୋପ ହେବାକୁ ବସିଲାଣି । ଏହି କ୍ରମରେ କୁଡ଼ୁଆ, ମାଟି ପଲମ, ସରା ଆଦି ଯୋଗାଇବାକୁ କୌଣସି ପ୍ରକାର କର ଧାର୍ଯ୍ୟ କରାନଯାଇ ୩୫ଏକରରୁ ଉର୍ଦ୍ଧ୍ୱ ଚାଷଜମି କେତେକ କୁମ୍ଭାର ସେବାୟତଙ୍କୁ ଦିଆଯାଇଥିଲା । ଆଧୁନିକତାର ଛାପରେ ଅନେକ କୁମ୍ଭାର ସେବାୟତଙ୍କ ଏବେକାର ପିଢି ପାରମ୍ପରିକ ସେବା ପୂଜା କରିବାକୁ ଅମଙ୍ଗ ହେବାକାରଣରୁ ପ୍ରାୟ ୯୦ପ୍ରତିଶତ କୁମ୍ଭାର ସେବାୟତ ସେମାନଙ୍କ ନିଷ୍କର କିସମ ଚାଷ ଜମିଗୁଡ଼ିକୁ ପ୍ରଭାବଶାଳୀ ବିଲଡ଼ର ଓ ତହସିଲ କର୍ମଚାରୀଙ୍କୁ ହାତ କରି ସ୍ଥିତିବାସ ଓ ଘରବାଡ଼ି ଦର୍ଶାଇ ବିକ୍ରୀ କରିସାରିଲେଣି । ସାମନ୍ତରାପୁର ସ୍ଥିତ ନୂଆଗାଁ ମୌଜାର ପ୍ଲଟ ନଂ – ୨୨୯ ଯାହାକି ଏକଦା ନିଷ୍କର କୁଡ଼ୁଆ ଚାଷଜମି ରହିଥିଲା ଏହାକୁ ପ୍ଲଟିଂ କରି ବିକ୍ରି କରିବା ବିରେଧରେ ସୋମବାର ଏକାମ୍ର ଜନଜାଗରଣ ମଞ୍ଚ ପକ୍ଷରୁ ତହସିଲଦାରଙ୍କ ନିକଟରେ ଅଭିଯୋଗ କରାଯାଇଛି । ତୁରନ୍ତ ଏହି ଏହି କୁଡ଼ୁଆ ସମ୍ପତ୍ତିକୁ ବିକ୍ରିବଟାରେ ରୋକ ଲଗାଯାଇ ଶ୍ରୀଲିଙ୍ଗରାଜଙ୍କ ତହବିଲକୁ ଫେରାଇ ଅଣାଯାଉ । ମଞ୍ଚ ଅଧ୍ୟକ୍ଷ ଭୀଷ୍ମନାରାୟଣ ନାଏକଙ୍କ ସହ ସୌମ୍ୟରଞ୍ଜନ ପଣ୍ଡା, ଗୋପିନାଥ ପ୍ରଧାନ, ମାନସ ରଞ୍ଜନ ପତି, ବିଜୟ କୁମାର ଭଟ୍ଟାଚାର୍ଯ୍ୟ, ରାଜେଶ ମିଶ୍ର, ସଞ୍ଜୁଲତା ପଟ୍ଟନାୟକ, ବିନୋଦିନୀ ସେନାପତି, ମାନଷୀ ମହାନ୍ତି, ବିଷ୍ଣୁପ୍ରିୟା ଜେନା, ଦିବ୍ୟକାନ୍ତ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ