ଶ୍ରୀଲିଙ୍ଗରାଜଙ୍କ ସମ୍ପତି ହଡ଼ପ ବିରୋଧରେ ଲିଙ୍ଗରାଜ ମନ୍ଦିର ଆଗରେ ସ୍ଥାନୀୟ ଲୋକଙ୍କ ବିକ୍ଷୋଭ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଶ୍ରୀଲିଙ୍ଗରାଜ ମନ୍ଦିର ଉତର ପାଶ୍ୱର୍ରେ ୧୦୦ମିଟର ଦୂରରେ ରହିଛି ଯାତ୍ରୀ ନିବାସ(କୋରାପୁଟ୍ ଭବନ) । ଯାହାର ମୂଳ ମାଲିକ ଶ୍ରୀଲିଙ୍ଗରାଜ ମହାପ୍ରଭୁ, ମାର୍ଫତ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ । ସେଥିରେ ଅଂଚଳ ବଟୁ, ପତ୍ନୀ ବବିତା ବଟୁ ଏହି ଭୂ-ସମ୍ପତିର ମୂଳ ରେକର୍ଡକୁ ଚଚଂକତା ପୂର୍ବକ ପରିବର୍ତନ କରି ନିଜ ନାମରେ କରବା ସହ ଅଟ୍ଟାଳିକା ନିର୍ମାଣ୍ଣ କରି ଘରୋଇ ଯାତ୍ରୀ ନିବାସରେ ଭଡ଼ା ଲଗାଇ ଅର୍ଥ ଉପାର୍ଜନ କରିଛନ୍ତି । ଏବେ ଏକାମ୍ର ଯୋଜନାରେ ଏହି ଜମିରେ କ୍ଷତି ୪୦କୋଟ ଟଙ୍କାର କ୍ଷତି ପୁରଣ ପାଇଁ ମସୁଧା ଚାଲିଛି । ଏଥି ସହ ଜମି ବଦଳରେ ନୂଆ ପ୍ରସ୍ତାବିତ ବସ୍‌ଷ୍ଟାଣ୍ଡ୍ ନିକଟରେ ଜମି ଦେବାକୁ ବିଏମ୍‌ସ ପତ୍ରସଂଖ୍ୟା ୬୯୯୫୩ରେ ମନ୍ଦିର ଟ୍ରଷ୍ଟ ବୋର୍ଡକୁ ଚିଠି କରାଯାଇଛି । କୁହାଯାଇଛି ଯେ, ଟ୍ରଷ୍ଟ ବୋର୍ଡରେ ଅନୁମୋଦନ କରି ଠାକୁରଙ୍କ ୪୬୨ଡିସିମିଲ ତାଙ୍କୁ ପ୍ରଦାନ ପାଇଁ ଚିଠି କରାଯାଇଛି । ଏହା ଦ୍ୱାରା ମହାପ୍ରଭୁଙ୍କ କୋଟି କୋଟି ଟଙ୍କା ରାଜସ୍ୱ ହାନୀ ହେବାକୁ ଯାଉଛି । ଶ୍ରୀଲିଙ୍ଗରାଜଙ୍କ ଜମିରେ ଘରୋଇଙ୍କୁ ମିଥ୍ୟା ବିଲ୍ କରାଯାଇ ଶତକଡ଼ା ୯୫ଗୁଣା କ୍ଷତି ପୂରଣ ଦେବାକୁ ବିଏମ୍‌ସି ଯୋଜନା କରିଛି । ଏଥିରେ କିଛି କୁଜି ନେତାଙ୍କ କାରସାଦି ଦ୍ୱାରା ମହାପ୍ରଭୁଙ୍କ କୋଟ କୋଟି ଟଙ୍କା କ୍ଷତି ହେଉଥିବାରୁ ଏହାର ପ୍ରତିବାଦରେ ଏକାମ୍ର ଜନ ଜାଗରଣ ମଂଚ ପକ୍ଷରୁ ଲିଙ୍ଗରାଜ ମନ୍ଦିର ନିକଟରେ ବିକ୍ଷୋଭ କରାଯାଇଥିଲା । ଏନେଇ ମଂଚ ପକ୍ଷରୁ ଦେବୋତର ଆଇନ ୯ ଧାରାରେ ମାମଲା କରାଯିବା ସହ ବିଏମ୍‌ସି କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି । ମଂଚର ସଭାପତି ଭୀଷ୍ମ ନାରାୟଣ ନାୟକଙ୍କ ଅଧ୍ୟକ୍ଷତାରେଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସରୋଜ ମିଶ୍ର, ଚନ୍ଦ୍ରଶେଖର ପାଲ, ଗୋପିନାଥ ପ୍ରଧାନ, ପ୍ରଫୁଲ୍ଲ ମହାରାଜ, ମାନସ ପତି, ଦିଲ୍ଲିପ ସୁବୁଦ୍ଧି, ବ୍ରଜରାଜ ପଣ୍ଡା, ପୂଣ୍ରଚନ୍ଦ୍ର ଖୁଂଟିଆ, ବିଜୟ ଭଟ୍ଟାଚ୍ଚାର୍ଯ୍ୟ, ସ୍ୱପ୍ନାରାଣୀ ସାମଲ, ସଞ୍ଜୁଲତା ପଟ୍ଟନାୟକ, ବିନୋଦୀନୀ ସେନାପତି, ମାନସୀ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ