ଶ୍ରୀଶ୍ରୀକାକଟ ମଙ୍ଗଳା କ୍ଲବ୍ ପକ୍ଷରୁ ପ୍ରଥମ ବାର୍ଷିକ ସ୍ମୃତି ସମାରୋହ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡ଼ା ସହରର କାକଟସ୍ଥିତ ଆଦର୍ଶ ଶିକ୍ଷକ ସ୍ୱର୍ଗତ ଲକ୍ଷ୍ମୀନାରାୟଣ ପ୍ରସାଦ ଦାସ ଥିଲେ ଜଣେ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ । ତାଙ୍କର ବ୍ୟକ୍ତିଗତ ଜୀବନ, ପାରିବାରିକ ଜୀବନ ଓ ସାମାଜିକ ଜୀବନ ଶୃଙ୍ଖଳା, ଅନୁଶାସନ, ତ୍ୟାଗ ଓ ପ୍ରତିବଦ୍ଧତାରେ ଭରି ରହିଥିଲା । ଜୀବନର ଶେଷ ପର୍ଯ୍ୟନ୍ତ ସେ ସଂଗଠନ, ସେବା, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜାଗରଣରେ ନିଜକୁ ସାମିଲ କରିଥିଲେ । ତାଙ୍କର ଲକ୍ଷ୍ୟ ଥିଲା ପ୍ରତ୍ୟେକଙ୍କ ଭିତରେ ସୁପ୍ତ ମାନବୀୟ ଚେତନାକୁ ଜାଗ୍ରତ କରି ସମାଜରେ ନୀତି ଆଦର୍ଶ ମୂଲ୍ୟବୋଧର ଅବକ୍ଷୟକୁ ରୋକିବା । ଶ୍ରେଣୀ ଗୃହ ଭିତରେ ମଧ୍ୟ ନିଜର ଅଗଣିତ ଛାତ୍ରଛାତ୍ରୀଙ୍କୁ ଏକ ସୁସ୍ଥ ଓ ଶୃଙ୍ଖଳିତ ସମାଜ ଗଠନ ପାଇଁ ସେ ପ୍ରସ୍ତୁତ କରୁଥିଲେ । ସେଥିପାଇଁ ସମଗ୍ର କେନ୍ଦ୍ରାପଡ଼ା ସହରରେ ଲକ୍ଷ୍ମୀନାରାୟଣ ପ୍ରସାଦ ଦାସଙ୍କ ପ୍ରତି ଥିଲା ଯଥେଷ୍ଟ ଶ୍ରଦ୍ଧା, ସମ୍ମାନ ଓ ଭଲପାଇବା । ଉତ୍ତରପୀଢି ଙ୍କୁ ତାଙ୍କ ପ୍ରଦର୍ଶିତ ପଥକୁ ଅନୁସରଣ କରାଇ ପାରିଲେ ତାହାହିଁ ହେବ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି । ଗୁରୁବାର ଲକ୍ଷ୍ମୀନାରାୟଣ ପ୍ରସାଦ ଦାସଙ୍କ ପ୍ରଥମ ବାର୍ଷିକ ପୂଣ୍ୟ ତିଥିରେ ତାଙ୍କ ସ୍ମୃତି ଚାରଣ କରି ବହୁ ବିଶିଷ୍ଟ ବ୍ୟକ୍ତି ଏଭଳି ମତବ୍ୟକ୍ତ କରିଛନ୍ତି । ସର୍ବପୁରାତନ ଶ୍ରୀଶ୍ରୀ କାକଟ ମଙ୍ଗଳା କ୍ଲବ୍ ପରିସରରେ କ୍ଲବ୍‌ର ସଭାପତି ତଥା ପୌର କାଉନସିଲର ଉମେଶ ଚନ୍ଦ୍ର ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ସ୍ମୃତି ସମାରୋହରେ ପୂର୍ବତନ ପୌରାଧ୍ୟକ୍ଷ ଧିରେନ୍ କୁମାର ସାହୁ , ପୂର୍ବତନ ପୌରାଧ୍ୟକ୍ଷା ରୋସ୍ନା ସାହୁ, ସାହିତ୍ୟିକ ଡଃ. ବାସୁଦେବ ଦାସ, ଶଙ୍କର୍ଷଣ ପଣ୍ଡା, ଗୋପାଳ ଚନ୍ଦ୍ର ମହାଳିକ, ପ୍ରଫୁଲ୍ଲ ଚନ୍ଦ୍ର ସାହୁ, କୈଳାଶ ଚନ୍ଦ୍ର ମହାନ୍ତି, ଗଣେଶ୍ୱର ସାହୁ, କ୍ଷିରୋଦ ପ୍ରସାଦ ସିଂହ, ଦୀନବନ୍ଧୁ ସିଂହ, ବିପଦ ଭଞ୍ଜନ ଦାସ, ହେମନ୍ତ କୁମାର ଜେନା, ସ୍ୱର୍ଗତ ଦାସଙ୍କ ସାନ ପୁଅ ତଥା ଓଡ଼ିଶା ଏକ୍ସପ୍ରେସର କାର୍ଯ୍ୟନିର୍ବାହୀ ସମ୍ପାଦକ ଅମ୍ବିକା ପ୍ରସାଦ ଦାସ, ପୌରାଧ୍ୟକ୍ଷାଙ୍କ ପ୍ରତିନିଧି ରଞ୍ଜିତ କୁମାର ସାହୁ, ଅର୍ବାନ ବ୍ୟାଙ୍କର ନିର୍ଦେଶକ ସୁକାନ୍ତ କୁମାର ଦ୍ୱିବେଦୀ, ବରିଷ୍ଠ ସାମ୍ବାଦିକ ଜଗନ୍ନାଥ ଧଳ, ଗଣେଶ ଚନ୍ଦ୍ର ସାମଲ, ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଦସ୍ୟ ସରୋଜ କୁମାର ମହାନ୍ତି, କାଉନସିଲର ନିରାକାର ସ୍ୱାଇଁ, ହିରଣ୍ୟ କୁମାର ପଣ୍ଡା, ଉମାକାନ୍ତ ସିଂହ, ଅକ୍ଷୟପ୍ରିୟ ଦାସ, ସଞ୍ଜୟ କୁମାର ଜେନା, ମୁଦୁଲି ବାରିକ, କମଳାକାନ୍ତ ରାଉତ ପ୍ରମୁଖ ସ୍ୱର୍ଗତ ଦାସଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ସ୍ମୃତି ଚାରଣ କରିଥିଲେ । ଶେଷରେ ବରିଷ୍ଠ ଆଇନଜୀବି ତଥା ପୂର୍ବତନ କାଉନସିଲର ଧରଣୀଧର ସୂଆର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ