ଶ୍ରୀଶ୍ରୀ ଗୌରୀଶଙ୍କର ବସ୍ ସଂଘର ସାଧାରଣ ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ନୂତନ ବସଷ୍ଟାଣ୍ଡ ଠାରେ ଶ୍ରୀ ଶ୍ରୀ ଗୌରୀଶଙ୍କର ବସ୍ ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ନୂତନ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବା ପରଠୁ ସଂଘ ର ନିଷ୍ପତ୍ତି କ୍ରମେ ଏଠାରୁ ହିଁ ଛତ୍ରପୁର, ଗଞ୍ଜାମ, ହୁମା, ପୁରୁଷୋତ୍ତମପୁର, ହିଞ୍ଜିଳିକାଟୁ ଏବଂ ବ୍ରହ୍ମପୁର ଅଞ୍ଚଳକୁ ସ୍ଥାନୀୟ ବସ୍ ଓ ମିନିବସ୍ ଚଳାଚଳ ହେଉଛି । ପୂର୍ବରୁ ସଂଘର ସଭାପତି ଦାୟିତ୍ୱରେ ଥିବା ସନ୍ତୋଷ କୁମାର ପତି ସଂଘର ବିଭିନ୍ନ କ୍ଷେତ୍ରରେ ବ୍ୟକ୍ତିଗତ କାରଣରୁ ସଂଘର ପରିଚାଳନାରେ ଅକ୍ଷମତା ହେତୁ ସୋମବାର ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସଂଘର ନୂତନ ସଭାପତି ଭାବେ ଛତ୍ରପୁର ଏନ୍ଏସିର ଉପାଧ୍ୟକ୍ଷ ତଥା ବିଜେଡିର ଯୁବନେତା ଜି.ପାପା ରାଓଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା । ନୂତନ ସଭାପତି ଶ୍ରୀ ରାଓଙ୍କୁ ସଂଘ ତରଫରୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ଆଜି ସେ ସଂଘର ସଭାପତି ଦାୟିତ୍ୱ ନେବା ପରେ ସଂଘର ବିଭିନ୍ନ ସମସ୍ୟା ଗୁଡିକୁ ଜିଲ୍ଲା ପ୍ରଶାସନ ଓ ପରିବହନ ବିଭାଗର ଦୃଷ୍ଟି ଆକର୍ଷଣ କରି ତୁରନ୍ତ ସମାଧାନର ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହାସହ ସଂଘର ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟ କ୍ଷେତ୍ର ଠାରୁ ଆରମ୍ଭ ଅନ୍ୟାନ୍ୟ ସମସ୍ୟା ନେଇ ସରକାରଙ୍କ ତରଫରୁ ସହାୟତା ପାଣ୍ଠିର ବନ୍ଦବୋସ୍ତ କରିବା ପାଇଁ ପରାମର୍ଶ ଦେଇଥିଲେ । ସଂଘର ନୂତନ ଆଇନ ପରାମର୍ଶଦାତା ସୁରେଶ କୁମାର ସେନାପତି ମଧ୍ୟ ସଂଘର ବିଭିନ୍ନ ସମସ୍ୟା ଗୁଡିକୁ ସେ ବ୍ୟକ୍ତିଗତ ଭାବେ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସେହିପରି ସଂଘର ସାଧାରଣ ସଂପାଦକ ଟି.ଭଗବତୀ ରାଓ, ଉପସଭାପତି ଏସ୍.କେ.ପାରଭଜ୍ ଇଲାହୀ, କୋଷାଧ୍ୟକ୍ଷ ବିଜୟ କୁମାର ପଣ୍ଡା, ଯୁଗ୍ମ ସଂପାଦକ ମାନସ ରଞ୍ଜନ ମିଶ୍ର ସଂଘର ଏକତା ବଜାୟ ରଖି ନୂତନ ସଭାପତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସଂଘକୁ ପରିଚାଳନା କରିବା ପାଇଁ ସମସ୍ତ ସଦସ୍ୟଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ସଂଘର କାର୍ଯ୍ୟକାରୀ ସଦସ୍ୟ ଭାବେ ରମେଶ ଚନ୍ଦ୍ର ପାଢୀ, କାଳୁ ପଲାଇ, ସୁନିଲ କୁମାର ବାରିକ, ସିମାଞ୍ଚଳ ନାୟକ, ସନ୍ତୋଷ ସାହୁ, ମହେନ୍ଦ୍ର ଶତପଥୀ, ସ୍ୱାଧୀନ ବେହେରା, ସାନୱାଜ୍ ଖାନ୍, ଏସ୍.କେ.ସାହିଲ୍ ଇଲାହୀ ଓ ବି.ଦଣ୍ଡପାଣି ରେଡ୍ଡୀଙ୍କୁ ମନୋନୀତ କରାଯାଇଥିଲା ।