ଶ୍ରୀଶ୍ରୀ ଠାକୁର ନିଗମାନନ୍ଦ ପରମହଂସ ଦେବଙ୍କ ଗଞ୍ଜାମ ସାରସ୍ୱତ ସଙ୍ଘର ୪୬ ତମ ବାର୍ଷିକୋତ୍ସବ
ଗଂଜାମ, (ବିନୋଦ ପଲାଇ):ଗଞ୍ଜାମ ସାରସ୍ୱତ ସଂଘ, ଗଞ୍ଜାମଙ୍କ ଆନୁକୂଲ୍ୟରେ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ପରମହଂସ ଦେବ ଙ୍କ ୪୬ ତମ ବାର୍ଷିକ ଉତ୍ସବ ପାଳନ କରାଯାଇଅଛି, ସ୍ଥାନ- ପୁଇଁତୋଳା ଗଞ୍ଜାମ ଠାରେ ଆଜି ୨୬.୦୨.୨୦୨୩ ରବିବାରଦିନ ସକାଳ ୪.୦୦ ଘଂଟିକା ଠାରୁ ଅପରାହ୍ନ ୨.୩୦ ଘଂଟିକା ପର୍ଯ୍ୟନ୍ତ ଆୟୋଜନ କରାଯାଇଅଛି. ଉକ୍ତ ଉତ୍ସବ ରେ ପ୍ରଭାତୀ କୀର୍ତନ,ପ୍ରତୀକ୍ଷା,ଆବାହନ,ଠାକୁରଙ୍କ ସୋଡ଼ସ ଉପଚାର ପୂଜା, ଆରତୀ, ସ୍ତୋତ୍ରବନ୍ଦନା,ସଦଗନ୍ଥ ପାଠ ସହିତ ଜୟଗୁରୁ କୀର୍ତନ ଠାକୁରଙ୍କ ପୂଜା କରାଯାଇଥିଲା | ଉକ୍ତ ଉତ୍ସବ ରେ ଶ୍ରୀ ଜିତେନ୍ଦ୍ର କୁମାର ଗୌଡ଼( ଜିଲ୍ଲା ସଦସ୍ୟ ଗଞ୍ଜାମ), ଶ୍ରୀ ରମେଶ ଗୁରୁଦାସ(ସଭାପତି ଗଞ୍ଜାମ ସଙ୍ଘ), ଶ୍ରୀ ସୁଦାମ ଚରଣ ସାହୁ (ସମ୍ପାଦକ ଗଞ୍ଜାମ ସଙ୍ଘ), ଶ୍ରୀ ନଳିନୀ କାନ୍ତ ରାଉତ(ବରିଷ୍ଠ ସଂଘସେବୀ), ଶ୍ରୀ ଅରୁଣ କାନ୍ତ ସାହୁ(ଉପଦେଷ୍ଠା ଗଞ୍ଜାମ ସଙ୍ଘ) ଏବଂ ସଙ୍ଘର ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ହୋଇ ଉତ୍ସବ କୁ ସୁଚାରୁ ରୂପେ ପରିଚାଳନା କରିଥିଲେ ! ଏହି ବାର୍ଷିକ ଉତ୍ସବ ର ମୂଳ ଉଦ୍ଦେଶ୍ୟ ଥିଲା ” ଆମେ ଚାହୁଁ ଧର୍ମ ଭିତର ଦେଇ ଏହି ଅଧ୍ଃପତିତ ଜାତିକୁ ପୁନରୁତ୍ ଥାନ କରିବାକୁ ଏମାନଙ୍କ ମଧ୍ୟରେ ସେହି ଋଷିଯୁଗର ମହାନ୍ ଆଦର୍ଶଗୁଡିକୁ ପ୍ରସ୍ପୁଟିତ କରିବାକୁ, ସେ ଯୁଗର ଋଷିମାନଙ୍କ ଭଳି ମାନବଜାତିକୁ ଶ୍ରେଷ୍ଠ ଦାନ ଆତ୍ମାର ସ୍ୱରୂପଜ୍ଞାନ ଦାନ କରିବାକୁ ଆମ୍ଭମାନଙ୍କ ସଂଘର ଏହା ହଁ ଉଦ୍ଦେଶ୍ୟ “।ଉକ୍ତ ଉତ୍ସବ ୬୦ ଜଣ ଗୁରୁଭାଇ ଓ ଗୁରୁମା ମାନେ ଯୋଗ ଦେଇଥିଲେ.