ଶ୍ରୀଶ୍ରୀ ନୀଳକଣ୍ଠେଶ୍ୱର ଶିବ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ
ରାଇରଙ୍ଗପୁର (ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଶଶ ଗ୍ରାମପଞ୍ଚାୟତ ଖେଜୁରୀଟାଣ୍ଡି ଗ୍ରାମରେ ଶ୍ରୀଶ୍ରୀ ବାବା ନୀଳକଣ୍ଠେଶ୍ୱର’ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ବିଧିବିଧାନର ସହ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପରିଚାଳନା କମିଟୀର ଉପଦେଷ୍ଟା ଘାଷିରାମ ପାତ୍ର,ରାମଧନ ମହାନ୍ତ ଏବଂ ଦେବେନ୍ଦ୍ର ମହାନ୍ତ’ଙ୍କ ମାର୍ଗଦର୍ଶନରେ କମିଟିର ସଭାନେତ୍ରୀ ଶ୍ରୀମତୀ ବିମଳା ନନ୍ଦ,ସଂପାଦିକା ଶ୍ରୀମତୀ ପୂଜା ମହାନ୍ତ ଏବଂ କୋଷାଧ୍ୟକ୍ଷା ଶ୍ରୀମତୀ ସାବିତ୍ରୀ ମହାନ୍ତ’ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ଗ୍ରାମବାସୀ’ଙ୍କ ସହଯୋଗରେ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଅଖଣ୍ଡ ଧ୍ୱନୀମଠ ହାଟଡିହି କେନ୍ଦୁଝରରୁ ଶ୍ରୀଶ୍ରୀ ସ୍ୱାମୀ ଜ୍ଞାନାନନ୍ଦ ଗିରିମହାରାଜ ଯୋଗଦେଇ ଉତ୍ସବର ଉଦ୍ଘାଟନ କରିଥିବାବେଳେ ସ୍ୱାମୀଜୀ’ଙ୍କ କର କମଳରେ ଶ୍ରୀଶ୍ରୀ ନୀଳକଣ୍ଠେଶ୍ୱର ଶିବଶଙ୍କର ବିଗ୍ରହ ପ୍ରତିଷ୍ଠା କରା ଯଇଛି । ଗତ ୭’ ତାରିଖରୁ ୯’ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଉତ୍ସବର ପ୍ରଥମ ଦିବସରେ ଅଧିବାସ,କଳସ ଯାତ୍ରା,ଅଗ୍ନୀ ସ୍ଥାପନ ଦ୍ୱିତୀୟ ଦିବସରେ ସୂର୍ଯ୍ୟପୂଜା,ବିଗ୍ରହ ପ୍ରତିଷ୍ଠା ଓ ଯଜ୍ଞକର୍ମ,ତୃତୀୟ ଦିବସରେ ଗୋପୂଜା,ସୂର୍ଯ୍ୟପୂଜା,ଶିବଙ୍କ ଅଭିଷେକ,ଯଜ୍ଞକର୍ମ,ପୂର୍ଣ୍ଣାହୂତି ସହ ସର୍ବ ସାଧାରଣ’ଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରା ଯାଇଥିଲା । ଉତ୍ସବର କର୍ତ୍ତାଭାବେ ଶ୍ୟାମଲାଲ ଅଗ୍ରୱାଲ ଏବଂ ତାଙ୍କ ଧର୍ମ ପତ୍ନୀ ସୁମନ ଦେବୀ ଦାୟିତ୍ୱ ତୁଲାଇଥିଲେ।ଏଠାରେ ୩’ ଦିନ ଧରି ପ୍ରବଚନ,ନାମ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ପୁରୋହିତ ପଣ୍ଡିତ ଉମେଶ ଚନ୍ଦ୍ର ମିଶ୍ର’ଙ୍କ ତତ୍ତ୍ୱାବଧାନ ଏବଂ ପରିଚାଳନାରେ ତାଙ୍କ ସହଯୋଗି ପଣ୍ଡିତ ଜନାର୍ଦ୍ଧନ ମିଶ୍ର,ପଣ୍ଡିତ ପ୍ରଶାନ୍ତ କୁମାର ପଣ୍ଡା,ପଣ୍ଡିତ ବଳରାମ ଦାଶ,ପଣ୍ଡିତ ଉଷାକାନ୍ତ ଦାଶ ବିଧି ବିଧାନର ସହିତ ପୂଜା,ବିଗ୍ରହ ପ୍ରତିଷ୍ଠା ଓ ଯଜ୍ଞକର୍ମ ସଂପାଦନ କରିଥିଲେ। ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ସଭାପତି ମଧୁସୂଦନ ଦାସ,ବଜରଙ୍ଗ ଦଳ ପ୍ରଖଣ୍ଡ ସଂଯୋଜକ ମୃତ୍ୟୁଞ୍ଜୟ ପାଲ, ଅଧ୍ୟାପକ ବିରଞ୍ଚି ନାରାୟଣ ମହାନ୍ତ, ଶିକ୍ଷକ ଦୀନବନ୍ଧୁ ସାହୁ,ଲାଲୁ ଅଗ୍ରୱାଲ,ପ୍ରଫୁଲ୍ଲ ସାହୁ, ଭାଲୁ ଅଗ୍ରୱାଲା, ବିକାଶ ସାହୁ’ଙ୍କ ସମେତ ବହୁ ଶ୍ରଦ୍ଧାଳୁ ଓ ଭକ୍ତ ଯୋଗ ଦେଇଥିଲେ। ଉତ୍ସବକୁ ସଫଳ କରାଇବାରେ ଶ୍ରୀମତୀ ସାବିତ୍ରୀ ମହାନ୍ତ,ସୁରେଖା ମହାନ୍ତ,ରହଣୀ ମହାନ୍ତ,ଗୁରୁବାରୀ ପାତ୍ର,ସୁନାମଣୀ ପାତ୍ର,ଫୁଲମଣୀ ମହାନ୍ତ,ସାରଦା ମହାନ୍ତ,ରବୀନା ମହାନ୍ତ,ମାହୀ ହେମ୍ବ୍ରମ,କାପୁରା ବେଶ୍ରା,ଝାନମଣୀ ହେମ୍ବ୍ରମ,ବେଙ୍ଗ ବେହେରା,ପ୍ରମିଳା ବେହେରା ପ୍ରମୁଖ ଏଥିରେ ସହଯୋଗ ପ୍ରଦାନ କରିଥିଲେ।