ଶ୍ରୀଶ୍ରୀ ରବିଶଙ୍କର’ଙ୍କ ଜନ୍ମ ଦିବସ ପାଳିତ : ଡାକ୍ତର ଖାନା ରେ ରୋଗୀ’ଙ୍କୁ ଫଳ ବଣ୍ଟନ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ବହଳଦା କଲ୍ୟାଣ ମଣ୍ଡପ ଠାରେ ଆର୍ଟ ଅଫ୍ ଲିଭିଙ୍ଗ ର ପ୍ରତିଷ୍ଠାତା ତଥା ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ପଣ୍ଡିତ ରବିଶଙ୍କର’ଙ୍କ ଜନ୍ମ ଦିବସ ପାଳିତ ହୋଇ ଯାଇଛି । ଶ୍ରୀଶ୍ରୀ ରବିଶଙ୍କର’ଙ୍କ ଜନ୍ମ ଦିବସ ପାଳନ ଅବସରରେ ଦି ଆର୍ଟ୍ ଅଫ୍ ଲିଭିଂ ର ଶିକ୍ଷକ ଗୌରୀ ଶଙ୍କର ପାତ୍ର ଉପସ୍ଥିତ ସଦସ୍ୟଙ୍କୁ ଯୋଗ, ଧ୍ୟାନ, ପ୍ରାଣାୟମ ସହିତ ବିଶ୍ୱ ପ୍ରସିଦ୍ଧ ସୁଦର୍ଶନ କ୍ରିୟା ର ଅଭ୍ୟାସ କରାଇଥିଲେ । ଏହାପରେ ବହଳଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସଂଗଠନ ପକ୍ଷରୁ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ଦି ଆର୍ଟ୍ ଅଫ୍ ଲିଭିଂ ର ବରିଷ୍ଠ ଶିକ୍ଷକ ଶ୍ରୀ ଯୁକ୍ତ ଶେଷ କୁମାର ଦାସ, ପୂର୍ବତନ ଜିଲ୍ଲା ପରିଷଦ ଶ୍ରୀ ଯୁକ୍ତ କମଳା କାନ୍ତ ନାୟକ, ୟୁବା ଚାର୍ଯ୍ୟା ସନ୍ଧ୍ୟା ରାଣୀ ପାତ୍ର, ତୁଷାର କାନ୍ତି ପାତ୍ର,ସୁଚିତ୍ରା ପାତ୍ର, ମୀନାକ୍ଷି ପାତ୍ର, ଜୟଶ୍ରୀ ମୋଦକ, ତ୍ରିଲୋଚନ ବାରିକ, ରାହୁଲ ପାତ୍ର, ରବିନ୍ଦ୍ର ପାତ୍ର, କମଲ ପାଲ ଏବଂ ଅଧ୍ୟାପକ ଗଣେଶ୍ୱର ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ