ଶ୍ରୀସତ୍ୟସାଇ ସେବା ସଂଗଠନ ପକ୍ଷରୁ ଅସହାୟଙ୍କ ଗୃହ ନିର୍ମାଣ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଶ୍ରୀସତ୍ୟସାଇ ସେବା ସଂଗଠନ, ଭୁବନେଶ୍ୱର ଆନୁକୂଲ୍ୟରେ କେନ୍ଦ୍ରାପଡା ଜିଲ୍ଲା ସଂଗଠନ ସହଯୋଗରେ ଠାକୁରପାଟଣା ପଞ୍ଚାୟତର ଖସାପଡିଆ ଗ୍ରାମର ଜନୈକ ଅସହାୟ ବ୍ୟକ୍ତି ଚିନ୍ମୟ କୁମାର ମଲ୍ଲିକ(ବୁଲୁ)ଙ୍କ ପାଇଁ ଏକ ପକ୍କାଗୃହ ନିର୍ମାଣ ଚାଲିଛି । ଖୁବଶୀଘ୍ର ସେହି ପକ୍କାଗୃହର ନିର୍ମାଣ କାର୍ଯ୍ୟ ଶେଷ କରାଯାଇ ବୁଲୁଙ୍କୁ ହସ୍ତାନ୍ତର କରାଯିବ ବୋଲି କେନ୍ଦ୍ରାପଡା ଜିଲ୍ଲା ସଂଗଠନ ପକ୍ଷରୁ କୁହାଯାଇଛି । ସେହିବ୍ୟକ୍ତି ଜଣଙ୍କ ସଂପୂର୍ଣ୍ଣ ନିରାଶ୍ରୟ ତଥା ୩ଟି କନ୍ୟା ସନ୍ତାନର ଜନକ ଅଟନ୍ତି । ଠାକୁରପାଟଣାର ପୂର୍ବତନ ସମିତି ସଭ୍ୟ ସୁଲେଖ କୁମାର ସାହୁ ବୁଲୁଙ୍କ ଗୃହ ନିର୍ମାଣ କାର୍ଯ୍ୟର ତଦାରଖ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ