ଶ୍ରୀସନ୍ଥଙ୍କୁ ମିଳିଲା ସୁପ୍ରିମକୋର୍ଟରୁ ଆଶ୍ୱସ୍ଥି
ପୁଣି ମୈଦାନକୁ ଓହ୍ଲାଇବେ କେରଳ ଏକ୍ସପ୍ରେସ । ସୁପ୍ରିମକୋର୍ଟରୁ ଶ୍ରୀସନ୍ଥଙ୍କୁ ମିଳିଛି ବଡ ଆସ୍ୱସ୍ଥି । ଭାରତୀୟ ଟିମର ଏହି ପୂର୍ବତନ ବୋଲରଙ୍କୁ ଆଜି ସୁପ୍ରିମକୋର୍ଟରୁ ବଡ ଆସ୍ୱସ୍ଥି ମିଳିଛି । ଶ୍ରୀସନ୍ଥ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଠାଇଛନ୍ତି ସୁପ୍ରିମକୋର୍ଟୟ । ଏହାର ମାନେ ଶ୍ରୀସନ୍ଥ ପୁଣି ଥିରେ କ୍ରିକଟେର ମଇଦାନକୁ ଓହ୍ଲାଇପାରିବେ । ଏହା ସହ ନ୍ୟାୟାଳୟ ବିସିସିଆଇ କମିଟିକୁ ତିନି ମାସ ମଧ୍ୟରେ ଶ୍ରୀସନ୍ଥଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଉପରେ ପର୍ନବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ସୁପ୍ରମକୋର୍ଟ ଶ୍ରୀସନ୍ଥଙ୍କୁ ଅଂଶିକ ଆସ୍ୱସ୍ଥି ଦେଇଛନ୍ତି । ଶ୍ରୀସନ୍ଥଙ୍କ ପକ୍ଷରୁ କୋର୍ଟରେ ଯୁକ୍ତି ଉପସ୍ଥାପନା କରାଯାଇଥିଲା ଯେ, ଯେତେବେଳେ ତଳ ଅଦାଲତ ଏବଂ ହାଇକୋର୍ଟରୁ ମୋତେ ମୁକ୍ତି ମିଳିସାରିଛି ତେବେ ମୋ ଉପରେ ଲାଗିଥିବା ଆଜୀବନ ପ୍ରତିବନ୍ଧକକୁ କାହିଁକି ହଟାନଯିବ । ଏହା ପରେ ସୁପ୍ରମକୋର୍ଟ ଶ୍ରୀସନ୍ଥଙ୍କ ପକ୍ଷରେ ରାୟ ଶୁଣାଇ ଆଜୀବନ ପ୍ରତିବନ୍ଧକୁ ହଟାଇ ଦେଇଛନ୍ତି । ଏହା ସହ ୩ ମାସ ମଧ୍ୟରେ ବିସିସିଆଇକୁ ଏହି ମାମଲାରେ ପୁର୍ନବିଚାର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ଏହା ପରେ ଶ୍ରୀସନ୍ଥ ଗଣମାଧ୍ୟମରେ ସୁପ୍ରିମକୋର୍ଟଙ୍କ ଏହା ରାୟକୁ ସ୍ୱାଗତ କରିଛନ୍ତି । ଏହା ସହ ନିଜର ଓକିଲଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ଏହି ଅବସରରେ ଶ୍ରୀସନ୍ଥା କହିଛନ୍ତି ଯେ, ମୁଁ ପଡିଆକୁ ଫେରିବାକୁ ପ୍ରସ୍ତୁତ ଅଛି ।