ଶ୍ରୀ ଅନନ୍ତ ବାସୁଦେବଙ୍କ ସୁନା ବେଶ ଅନୁଷ୍ଠିତ

ନିମାପଡ଼ା,( ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନୟାହାଟ ସିଂଘପାନିଆ ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଅନନ୍ତ ବାସୁଦେବଙ୍କ ସୁନା ବେଶ ଆଜି ଏକ ଭକ୍ତିମୟ ପରିବେଶ ମଧ୍ୟରେ ମନ୍ଦିର ସମ୍ମୁଖସ୍ଥ ରଥ ଉପରେ ଅନୁଷ୍ଠିତ ହୋଇଥିଲା। ସଂଧ୍ୟାରେ ରାଜା ଅମିୟ କୁମାର ସାହୁ ମନ୍ଦିର ନିକଟକୁ ଆସି ଭଣ୍ଡାର ଘର ଚାବି ଖୋଲି ଠାକୁରଙ୍କ ସ୍ଵର୍ଣ୍ଣ ଓ ରୂପା ଅଳଙ୍କାର କାଢି ପୂଜକ ଦୂର୍ଗା ଚରଣ ଦାଶଙ୍କୁ ପ୍ରଦାନ କରିଥିଲେ। ଠାକୁରଙ୍କ ଅଳଙ୍କାର ସବୁକୁ ଏକ ଶୋଭାଯାତ୍ରାରେ ରଥ ଉପରକୁ ନିଆଯାଇଥିଲା। ପୂଜକ ମାନେ ଠାକୁରଙ୍କୁ ଗୋଡ଼, ହାତ, ମୁକୁଟ, କିରୀଟ, ମଥାମଣି, ବେକ ହାର ଲାଗି କରି ସୁନା ବେଶରେ ସଜ୍ଜିତ କରିଥିଲେ। ବେଶ ପରେ ଠାକୁରଙ୍କୁ ଚୁଡ଼ାଘସା ଭୋଗ ଲାଗି କରାଯିବା ସହିତ ସଂଧ୍ୟା ଆଳତୀ କରାଯାଇଥିଲା। ଆଳତୀ ପରେ ରଥ ଉପରେ ଠାକୁରଙ୍କ ସମ୍ମୁଖରେ ବନ୍ଧା ଯାଇଥିବା କପଡ଼ାକୁ ଖୋଲି ଦିଆ ଯାଇଥିଲା। ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଧାଡ଼ିରେ ଯାଇ ଠାକୁରଙ୍କ ସୁନା ବେଶ ଦର୍ଶନ କରିଥିଲେ। ଗୁରୁବାର ଦିନ ଠାକୁରଙ୍କ ଅଧରପଣା ନୀତି, ଶୁକ୍ରବାର ଦିନ ନୀଳାଦ୍ରି ବିଜେ କରାଯିବ ବୋଲି କହିଛନ୍ତି ମନ୍ଦିର କମିଟି ମୁଖ୍ୟ ଗୋବିନ୍ଦ ଚନ୍ଦ୍ର ସାହୁ। ଠାକୁରଙ୍କ ସୁନା ବେଶ ଦେଖିବାକୁ ମନ୍ଦିର ସମ୍ମୁଖରେ ପ୍ରବଳ ଭିଡ଼ ଲାଗି ଥିଲା। ସ୍ଥାନୀୟ ଫାଣ୍ଡି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ