ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଇନ୍ଦୁପୁରରେ ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜୟନ୍ତୀ ଓ ସ୍ୱାଧୀନତା ଦିବସ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁରସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜୟନ୍ତୀ ଓ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ ଏବଂ ଅପା ଓ ଭାଇମାନଙ୍କ ଦ୍ୱାରା ୧୫୦ ପ୍ରକାର ଫୁଲକୁ ନେଇ ଏକ ପୁଷ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହୋଥିଲା । ଶିକ୍ଷାବିତ୍ ପ୍ରଣବ କୁମାର ଜେନାଙ୍କ ସଭାପତିତ୍ୱରେ ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀଅରବିନ୍ଦଙ୍କ ଦେଶପ୍ରୀତି ଓ ତ୍ୟାଗପୁତ ଜୀବନ ସହ ଅଧ୍ୟାତ୍ମିକ ଦର୍ଶନ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଶିକ୍ଷାକେନ୍ଦ୍ରର ମୁଖପତ୍ର “ଅମଳ କମଳ ଶ୍ରୀ ଅରବିନ୍ଦ” ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟା ଲିଲିତା ଦାସ, ଇନ୍ଦୁପୁର ସରପଞ୍ଚ ପ୍ରଦୀପ୍ତ ରଞ୍ଜନ ସୂତାର, ସମିତି ସଭ୍ୟା ସୁନନ୍ଦା ମଲ୍ଲିକ, ନାଏବ ସରପଞ୍ଚ ପ୍ରମିଳା ସାହୁ, ବ୍ଲକ ବିଜେଡି ସଭାପତି ଆଲୋକ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷାକେନ୍ଦ୍ରର ଉନ୍ନତି ପାଇଁ ଅଙ୍ଗୀକାର ବଦ୍ଧତା ପ୍ରକାଶ କରିଥିଲେ । ପ୍ରାରମ୍ଭରେ ଅଧ୍ୟକ୍ଷା ଶକୁନ୍ତଳା ସାହାଣୀ ଆଜି ଦବସର ମହତ୍ୱ ପ୍ରତିପାଦନ କରିଥିବା ବେଳେ ଅଧ୍ୟାପକ ପ୍ରଭାସ କୁମାର ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁରଲୀଧର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଉତ୍ସବକୁ ବସନ୍ତ କୁମାର ମହାପାତ୍ର, ଅନନ୍ତ ଚରଣ ସାହାଣୀ, ବାନାମ୍ବର ସେଠୀ, ଧୀରେନ୍ଦ୍ର ଜେନା, ବିଶ୍ୱଜିତ୍ ନାୟକ, ନିରଞ୍ଜନ ମହାରଣା, ଅହଲ୍ୟା ଜଗଦ୍ଦେବ, ସୁଷମା ପରିଡା, ସସ୍ମିତା ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ