ଶ୍ରୀ ଉପେନ୍ଦ୍ର ପ୍ରସାଦ ଜେନା ବିଶ୍ବବିଦ୍ୟାଳୟ ର ସିଣ୍ଡିକେଟ ସଭ୍ୟ ରୂପେ ମନୋନୀତ
ବାଲେଶ୍ଵର, (ସରୋଜ ପଣ୍ଡା):ଫକୀର ମୋହନ ବିଶ୍ବିଦ୍ୟାଳୟ ରେ ସେକ୍ସନ ଅଫିସର ରୂପେ କାର୍ଯୟନିର୍ବାହ କରୁଥିବା ଶ୍ରୀ ଉପେନ୍ଦ୍ର ପ୍ରସାଦ ଜେନା ବିଶ୍ଵବିଦ୍ୟାୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଙ୍କ ଦ୍ଵାରା ସିଣ୍ଡିକେଟ ର ସଭ୍ୟ ରୂପେ ୪ବର୍ଷ ପାଇଁ ମନୋନୀତ ହୋଇଛନ୍ତି। ଓଡ଼ିଶା ବିଶ୍ଵବିଦ୍ୟାଳୟ ନିୟମ, ୨୦୨୦ ର ଧାରା ୧୦(୧) (N) ଅନୁଯାୟୀ ଶ୍ରୀ ଜେନା ବିଶ୍ବବିଦ୍ୟାଳୟ ଅଣଶିକ୍ଷକ କର୍ମଚାରୀ ଙ୍କ ପ୍ରତିନିଧିତ୍ଵ ରୂପେ କୁଳପତି ଙ୍କ ଦ୍ଵାରା ମନୋନୀତ ହୋଇଛନ୍ତି। ଶ୍ରୀ ଜେନା ଜଣେ କର୍ମ ପ୍ରବଣତା, ନିଷ୍ଠା ତଥା ଦୂରଦୃଷ୍ଟି ସମ୍ପନ୍ନ କର୍ମଚାରୀ ଭାବେ ବ୍ୟକ୍ତିଗତ ସ୍ଵାର୍ଥରୁ ଉର୍ଦ୍ଧ ରେ ରହି ନିଜ ଅନୁଷ୍ଠାନ ର ସହକର୍ମୀ ମାନଙ୍କ ସେବା, ସାହାଯ୍ୟ ପ୍ରତି ସର୍ବଦା କାର୍ଯ୍ୟ କରି ଆସିଛନ୍ତି। ବର୍ତ୍ତମାନ ସେ ଫକୀର ମୋହନ ବିଶ୍ଵବିଦ୍ୟାଳୟ କର୍ମଚାରୀ ସଂଘ ର *ସଭାପତି* ଥିବା ସହିତ ଅଖିଳ ଭାରତୀୟ ବିଶ୍ବବିଦ୍ୟାଳୟ ଫେଡେରେସନ ର *ସେକ୍ରେଟାରୀ* ଭାବେ ଦାୟିତ୍ଵ ଗ୍ରହଣ କରି ବିଶ୍ବବିଦ୍ୟାଳୟ ସ୍ତରୀୟ କର୍ମଚାରୀ ମାନଙ୍କର ସ୍ବାର୍ଥ ପାଇଁ କାର୍ଯ୍ୟ କରି ଆସୁଛନ୍ତି।କୁଳପତିଙ୍କ ଦ୍ଵାରା ସିଣ୍ଡିକେଟ ର ସଦସ୍ୟ ରୂପେ ମନୋନୀତ ହେବା ପରେ ବିଶ୍ଵବିଦ୍ୟାଳୟ କର୍ମଚାରୀ ସଂଘ ତରଫରୁ ଶ୍ରୀ ଜେନା ଙ୍କୁ ସ୍ଵାଗତ ଓ ଶୁଭେଚ୍ଛା ଜଣାଛନ୍ତି ଓ କର୍ମଚାରୀ ମହଲ ରେ ଏକ ଖୁସି ର ମାହଲ ଦେଖାଯାଇଛି।