ନିମାପଡ଼ା,(ସନ୍ତୋଷ ଦାଶ) ପ୍ରାଚୀ ଉପତ୍ୟକା ର ନୂଆମଠ ଠାରେ ଭଗବାନ ଶ୍ରୀ କୃଷ୍ଣ ଙ୍କ ଜନ୍ମଉତ୍ସବ ଜନ୍ମାଷ୍ଟମୀ ଦିନ ପାଳିତ ହୋଇଥିବା ବେଳେ ଗତ ଅଗଷ୍ଟ ୩୦ ତାରିଖ ରେ ପଞ୍ଚୁ୍ୟାତୀ ପୂଜା,୩୧ ତାରିଖ ରେ ଷଷ୍ଠି ପୂଜା ଯଥା ରୀତିନୁଯାୟୀ ପାଳିତ ହୋଇଥିଲା।ଆଜି ମହା ଆନନ୍ଦ ଉଲ୍ଲାସ ମଧ୍ୟରେ ଆଶ୍ରମ ର ମୁଖ୍ୟ ବାବାଜୀ ଦାମୋଦର ଦାସ ଙ୍କ ତତ୍ୱାବଧାନରେ ଭଗବାନ ଶ୍ରୀ କୃଷ୍ଣଙ୍କ ନାମକରଣ (ଏକୋଇଶା ପୂଜା ) ଅନୁଷ୍ଠିତ ହୋଇଥିଲା। ଆଶ୍ରମ ରେ ଥିବା ୧୫ ଟି ମନ୍ଦିରରେ ସଂଧ୍ୟା ଆଳତି ଶେଷ ପରେ ବାଳଗୋପାଳ ମହାପ୍ରଭୁ ଙ୍କୁ ପ୍ରଥମେ କଦମ୍ବ ଗଛ ପରିକ୍ରମା କରାଯାଇଥିଲା। ଏହାପରେ ଠାକୁର ଙ୍କୁ ସ୍ୱତନ୍ତ୍ର ଝୁଲଣ ମଣ୍ଡପ ରେ ସ୍ଥାପନ କରାଯାଇ ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଥିଲା। ଭକ୍ତ ମାନଙ୍କ ହରିବୋଲ, ହୁଳହୋଲି, ନାମକୀର୍ତ୍ତନ ରେ ମଠ ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା। ଶେଷରେ ଶ୍ରୀକୃଷ୍ଣ ଓ ବଳରାମ ଙ୍କ ନାମକରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଉକ୍ତ ଉତ୍ସବ କୁ ଶହ ଶହ ଭକ୍ତ ଉପଭୋଗ କରିଥିଲେ। ଗୁରୁଦେବ ଙ୍କ ଆଦେଶ ରେ ଭକ୍ତ ମାନଙ୍କ ସହଯୋଗ ରେ ପ୍ରତି ବର୍ଷ ଏହି ନିଆରା ପରମ୍ପରା ପାଳନ କରାଯାଇଥାଏ ବୋଲି ସେବକ ପ୍ରୀତିରଞ୍ଜନ ଦାସ ପ୍ରକାଶ କରିଛନ୍ତି।