ଶ୍ରୀ ଗୁରୁଦେବଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ
ନିମାପଡ଼ା,(ସନ୍ତୋଷ ଦାଶ)ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ବ୍ରାହ୍ମଣ ଶାସନ ଠାରେ ଶ୍ରୀ ଗୁରୁଦେବ ଠାକୁରଙ୍କ ବାହୁଡ଼ା ଯାତ୍ରା ଆଜି ଏକ ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।
ଗୁଣ୍ଡିଚା ମନ୍ଦିର ମା କନକ ଦୂର୍ଗା ମନ୍ଦିର ମନ୍ଦିର ଠାରେ ଥିବା ଶ୍ରୀ ଗୁରୁଦେବ ଠାକୁରଙ୍କୁ ଗ୍ରାମବାସୀ ମାନେ ପହଣ୍ଡି ରେ ରଥାରୁଢ଼ କରିବା ପରେ ରଥଟଣା ଆରମ୍ଭ ହୋଇଥିଲା। ରଥ ରେ ଠାକୁର ଘର ଘର ଭୋଗ ଖାଇ ସଂଧ୍ୟାରେ ଗାଁ ଶେଷ ମୁଣ୍ଡରେ ପହଁଚିଥିଲେ। ଠାକୁରଙ୍କ ମାଉସୀ ମାଙ୍କ ଘର ଭାବେ ପରିଚିତ ଗ୍ରାମର ଲଳିତ ଶତପଥୀଙ୍କ ଘର ସମ୍ମୁଖ ରେ ଠାକୁରଙ୍କୁ ପାରମ୍ପରିକ ପ୍ରଥାନୁସାରେ ସଂଧ୍ୟା ଆଳତୀ କରାଯିବା ସହିତ ପୋଡ଼ ପିଠା ଭୋଗ ଲାଗି କରାଯାଇଥିଲା। ପୂଜକ ଭାବେ ପୁର୍ଣ୍ଣ ଚନ୍ଦ୍ର ପାଣିଙ୍କ ପୂଜା ନୀତି, ଭୋଗ ଲାଗି କରିଥିବା ବେଳେ ରଥ ରେ ଡାହୁକ ଭାବେ ରଘୁ ବେହେରା ବିଭିନ୍ନ ବୋଲି ବୋଲିଥିଲେ। ଏବେ ଠାକୁର ରଥ ଉପରେ ଅବସ୍ଥାନ କରିବେ। ବୁଧବାର ଦିନ ଠାକୁରଙ୍କ ସୁନାବେଶ ନୀତି, ଗୁରୁବାର ଦିନ ଅଧରପଣା ନୀତି,ଶୁକ୍ରବାର ଦିନ ନୀଳାଦ୍ରି ବିଜେ କରାଯିବ ବୋଲି କହିଛନ୍ତି ଗ୍ରାମର ଅବନିନ୍ଦ୍ର ତ୍ରିପାଠୀ। ଠାକୁର ଙ୍କ ବାହୁଡା଼ ଯାତ୍ରା
ଦେଖିବାକୁ ଗ୍ରାମ ରେ ପ୍ରବଳ ଜନ ସମାଗମ ହୋଇଥିଲା।