‘ ଶ୍ରୀ ଜଗନ୍ନାଥଙ୍କ ମାମୁଁ ଘର ‘ ପୁସ୍ତକର ଲୋକାର୍ପଣ
ନିମାପଡ଼ା,(ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ଗ୍ରାମ ର ଗବେଷକ,ଲେଖକ ଲକ୍ଷ୍ମୀ ଧର ସାହୁ ଙ୍କ ଗବେଷଣାତ୍ମକ ପୁସ୍ତକ ‘ଶ୍ରୀ ଜଗନ୍ନାଥ ଙ୍କ ମାମୁଁ ଘର ‘ ଓ ଶିଶୁ ସାହିତ୍ୟିକ ବିଜୟ କୁମାର ମହାନ୍ତି ଙ୍କ ଶିଶୁ ଓ କିଶୋର ମାନଙ୍କ ପାଇଁ ଉଦ୍ଦିଷ୍ଟ ପୁସ୍ତକ ‘ ଜଗନ୍ନାଥ ଙ୍କ ମାମୁଁ ଘର ‘ ଆଜି ପ୍ରାଚୀ ଉପତ୍ୟକା ର ପ୍ରସିଦ୍ଧ ମାଧବ ମନ୍ଦିର ଠାରେ ଲୋକାର୍ପଣ ହୋଇଯାଇଛି। ପୁସ୍ତକ ଦୁଇଟିକୁ ପ୍ରଥମେ ପ୍ରଭୁ ମାଧବ ଙ୍କ ଚରଣ ତଳେ ଲାଗି କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ସ୍ୱାମୀ ଶୁଦ୍ଧାନନ୍ଦ ଗିରି
ପୁସ୍ତକ ଦୁଇଟିକୁ ଉନ୍ମୋଚନ କରିଥିଲେ। ଏହି ଉନ୍ମୋଚନ ଉତ୍ସବ ରେ ପ୍ରଭୂ ମାଧବ ଙ୍କ ସେବକ ତ୍ରିଲୋଚନ ପୁଷ୍ପାଳକ, ଲେଖକ ରାଜ କିଶୋର ନନ୍ଦ, ଲକ୍ଷ୍ମୀଧର ସାହୁ, ଚିତ୍ତ ରଞ୍ଜନ ପାତ୍ର, ଭାସ୍କର ପୁଷ୍ପାଳକ, ଲକ୍ଷ୍ମୀଧର ପୁଷ୍ପାଳକ,ବିଜୟ ପରିଡ଼ା,ଅକ୍ଷୟ ପରିଡ଼ା ଙ୍କ ସହିତ ପ୍ରଭୂ ମାଧବ ଙ୍କ ଅନେକ ସେବକ ଯୋଗ ଦେଇଥିଲେ। ଲକ୍ଷ୍ମୀଧର ସାହୁ ଙ୍କ ପୁସ୍ତକ ‘ ଶ୍ରୀଜଗନ୍ନାଥ ଙ୍କ ମାମୁଁ ଘର ‘ଏକ ଗବେଷଣାତ୍ମକ ପୁସ୍ତକ। ଯେଉଁଥିରେ ଶ୍ରୀ କ୍ଷେତ୍ର ସହିତ ମଉଳାଘର ସଂପର୍କ ରେ ବହୁ ମୂଲ୍ୟବାନ ତଥ୍ୟ ରହିଛି। ଶିଶୁ ଓ କିଶୋର ମାନଙ୍କ ପାଇଁ ଉଦ୍ଦିଷ୍ଟ ପୁସ୍ତକ ‘ ଜଗନ୍ନାଥ ଙ୍କ ମାମୁଁ ଘର ‘ କୁନି କୁନି ପିଲା ଙ୍କ ମନରେ ଆଧ୍ୟାତ୍ମିକ ଭାବନା ଜାଗରଣ ସୃଷ୍ଟି କରିବ ବୋଲି ସ୍ୱାମୀ ଶୁଦ୍ଧାନନ୍ଦ ଗିରି ପୁସ୍ତକ ଦୁଇଟିକୁ ଉନ୍ମୋଚନ କରି ସାରିବା ପରେ ପ୍ରକାଶ କରିଥିଲେ।