ଶ୍ରୀ ଜଗନ୍ନାଥ ଆଞ୍ଚଳିକ ରଜ ମହୋତ୍ସବର ୨ୟ ସନ୍ଧ୍ୟା
ବନ୍ତ, (ଚାନ୍ଦିନୀ ମହାନ୍ତି):ବୁଧବାର ବନ୍ତ ବ୍ଲକ ନିମାପଡା କପାଳୀକ୍ଷେତ୍ର ଠାରେ ଅନୁଷ୍ଠିତ ୮ମ ବାର୍ଷିକ ଶ୍ରୀ ଜଗନ୍ନାଥ ଆଞ୍ଚଳିକ ରଜ ମହୋତ୍ସବର ୨ୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ନାଟ୍ୟକାର ଡଃ. ସୁଧାଂଶୁ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ପ୍ରାକ୍ତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକପ୍ରାକ୍ତନ ବିଧାୟକ ପଞ୍ଚାନନ ମଣ୍ଡଳ, ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ନେତା ସୁବ୍ରତ ମହାନ୍ତି ଯୋଗ ଦେଇ କପାଳୀକ୍ଷେତ୍ର ନିମାପଡାର ଶ୍ରୀ ଜଗନ୍ନାଥ ଆଞ୍ଚଳିକ ରଜ କମିଟିକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କମିଟିର ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ପ୍ରାରମ୍ଭରେ ରଜ କବିତା ଆସର ଓ ରଜ କୁଇନ୍ ପ୍ରତିଯୋଗିତାର ପ୍ରତିଯୋଗୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।