ଶ୍ରୀ ଜଗନ୍ନାଥ ଆଞ୍ଚଳିକ ରଜ ମହୋତ୍ସବ ଉଦ୍‌ଯାପିତ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିମାପଡା କପାଳୀକ୍ଷେତ୍ର ଠାରେ ୫ ଦିନ ଧରି ଚାଲିଥିବା ୮ମ ବାର୍ଷିକ ଶ୍ରୀ ଜଗନ୍ନାଥ ଆଞ୍ଚଳିକ ରଜ ମହୋତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି । ମହାପ୍ରଭୁ ଜଗନ୍ନାଥ ଓ ଭାରତ ମାତାଙ୍କ ଜୟ ଜୟକାର ଏବଂ ରଜ କୁଇନ୍ ପ୍ରତିଭା ପୁରସ୍କାର ପ୍ରଦାନରେ ଅନ୍ତିମ ସନ୍ଧ୍ୟା ଶେଷ ହୋଇଛି । ଶିକ୍ଷକ ଶ୍ରୀକାନ୍ତ ପଣ୍ଡା ଓ ଅଭୟ ନାୟକଙ୍କ ପରିଚାଳନାରେ ଅନୁଷ୍ଠିତ କୁଇଜ୍ ମାଧ୍ୟମରେ ରଜ କୁଇନ୍ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଚୟନ କରାଯାଇଥିଲା । ପ୍ରତି ସନ୍ଧ୍ୟା ପରି ମହାଭାରତ ଓ ରେକର୍ଡ ଡ୍ୟାନ୍ସ ସହ ମଞ୍ଚ ଆରମ୍ଭ ହୋଇଥିଲା । ଗତବର୍ଷର ରଜ କୁଇନ୍ ଭାଗ୍ୟଲକ୍ଷ୍ମୀ ଜେନାଙ୍କ ଗ୍ରୁପ ଆକର୍ଷଣୟୀ ନୃତ୍ୟ ପରିବେଷଣ କରିଥିଲେ । ପରେ ଅନୁଷ୍ଠିତ ସଭାରେ ଯୁବ ସମାଜସେବୀ ଉତ୍କଳ କେଶରୀ ବିଶ୍ୱାଳ ଯୋଗ ଦେଇ ଗାଁର ଏହି ରଜ ବାସ୍ନା ସତରେ ନିଆରା ଯାହାକି ଭୁଲିବାର ନୁହେଁ ବୋଲି କହିଥିଲେ । ଏହି ଅବସରରେ ରାମଚନ୍ଦ୍ରପୁରର ପ୍ରାକ୍ତନ ସରପଞ୍ଚ ଦୁର୍ଯ୍ୟଧନ ପଣ୍ଡା ଓ ଆଡିଆର ପ୍ରାକ୍ତନ ସରପଞ୍ଚ ବାବାଜି ଚରଣ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ଶ୍ରୀ ଜଗନ୍ନାଥ ମେଲୋଡି ଗ୍ରୁପ ଆକର୍ଷଣୀୟ ସଙ୍ଗୀତ ପରିବେଷଣ କରିଥିଲେ । ଏଥିରେ ମହାପ୍ରଭୁ ଜଗନ୍ନାଥ ଓ ଭାରତ ମାତାଙ୍କ ବନ୍ଦନା ଓ ଜୟଜୟକାରରେ ଶାନ୍ତିବନ କମ୍ପମାନ ହୋଇଥିଲା । ଦେଶାତ୍ମବୋଧକ ଗୀତରେ ତାଳେ ତାଳେ ଝୁମିଥିଲେ ଦର୍ଶକ । ହଜାର ହଜାର ଦର୍ଶକ ଛିଡା ହୋଇ ମୋବାଇଲ ଫ୍ଲାସ ଜଳାଇ ଦେଶର ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ପରେ ରଜ କୁଇନ୍ ଘୋଷଣା କରାଯାଇଥିଲା । ବରିଷ୍ଠ ବର୍ଗରେ ବିଜ୍ଞାନ ମଞ୍ଜରୀ ମଲ୍ଲିକ ଓ କନିଷ୍ଠ ବର୍ଗରେ ସିଦ୍ଧି ଗାୟତ୍ରୀ ଦାସ ରଜ କୁଇନ୍ ଭାବେ ପୁରସ୍କୃତ ହୋଇଥିଲେ । ଏହି ଦୁଇ ବର୍ଗରେ ପ୍ରଥମ ରନର୍ସ ଅପ ଭାବେ ଅନିନ୍ଦିତା ବିଶ୍ୱାଳ ଆଦ୍ୟାଶା ରାଉତ ଓ ୨ୟ ରନର୍ସ ଅପ ଭାବେ ଭାରତୀ ସୂତାର, ସାଇ ଶୁଭ୍ରାଞ୍ଜଳୀ ବେହେରାଙ୍କୁ ପୁରସ୍କୃତ କରାଯାଇଥିଲା । ସଭାପତି ନାଟ୍ୟକାର ସୁଧାଂଶୁ ନାୟକ, ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁଙ୍କ ସମେତ ଗଣେଶ ପ୍ରସାଦ କରଶର୍ମା, ସୂର୍ଯ୍ୟମଣି ରାଉଳ, ହୃଷିକେଶ ମିଶ୍ର, ଲବଙ୍ଗଲତା ସାହୁ, ମୂରଲୀଧର ସୂତାର, ଶ୍ୟାମ ସୁନ୍ଦର ଜେନା, ମାଧବାନନ୍ଦ ଦାସ, ଅର୍ଜ୍ଜୁନ ସ୍ୱାଇଁ, ଅର୍ଜ୍ଜୁନ ବାରିକଙ୍କ ଉପସ୍ଥିିିତିରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଦାଶରଥି ଜେନା ଓ ରମାକାନ୍ତ ଜେନା ମଞ୍ଚ ପରିଚାଳନା କରିଥିଲେ । ସୁରେଶ ବିଶ୍ୱାଳ, ପତଞ୍ଜଳୀ କରଶର୍ମା, ଆଶିଷ କୁମାର ସାହୁ, ଶରତ ରାଉଳ, ଚନ୍ଦ୍ରକାନ୍ତ ବିଶ୍ୱାଳ, ପ୍ରଦୀପ ବିଶ୍ୱାଳ, ମନୋଜ ବାରିକ, ସୁନୀଲ ରାଉଳ, ଗଙ୍ଗାଧର ବିଶ୍ୱାଳ, ବିଜୟ ବିଶ୍ୱାଳ ରଜ କମିଟିର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ