ଶ୍ରୀ ଜଗନ୍ନାଥ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ବାସୁଦେବପୁର ଗ୍ରାମରେ ଗତ ୨୬ ତାରିଖ ଠାରୁ ଚାଲିଥିବା ଶ୍ରୀ ଜଗନ୍ନାଥ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗୁରୁବାର ଉଦଯାପିତ ହୋଇଯାଇଛି।ଫାଇନାଲ ମ୍ୟାଚ ରେ ବି.ତୁରୁବୁଡି ଗ୍ରାମ ମା ବାଙ୍କେଶ୍ବରୀ କ୍ରିକେଟ ଟିମ୍ ପ୍ରତିପକ୍ଷ କୁକୁଡ଼ାଖଣ୍ଡି ବ୍ଲକ ମସିହାଖାଲି ଗ୍ରାମ କ୍ରିକେଟ ଟିମ କୁ ପରାସ୍ତ କରି ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ଫାଇନାଲ ମ୍ୟାଚରେ ବି.ତୁରୁବୁଡି ଗ୍ରାମ ମା ବାଙ୍କେଶ୍ୱରୀ କ୍ରିକେଟ ଟିମ୍ ନିର୍ଦ୍ଧାରିତ ୧୨ ଅଭର୍ ରେ ୬ ୱିକେଟ୍ ହରାଇ ୧୪୩ ରନ୍ ସଂଗ୍ରହ କରିଥିଲା। ଜବାବରେ ମସିହାଖାଲି ଗ୍ରାମ କ୍ରିକେଟ ଟିମ ୧୨ ଓଭର ରେ ୯ ୱିକେଟ୍ ହରାଇ କେବଳ ୧୩୫ ରନ୍ କରିବାକୁ ସକ୍ଷମ ହୋଇଥିଲା। ୭ ରନ ରେ ମା ବାଙ୍କେଶ୍ୱରୀ କ୍ରିକେଟ ଟିମ୍ ବିଜୟୀ ହୋଇଥିଲା। ଫାଇନାଲ ମ୍ୟାଚ ରେ ବୁଦ୍ଧିଆ ପାତ୍ର,କାମେଶ୍ୱର ପାତ୍ର, ଈଶ୍ୱର ପାତ୍ର, ଶ୍ୟାମ ପାତ୍ର ଅମ୍ପାୟରିଂ କରିଥିଲେ। ମଙ୍ଗୁଳୁ ସେଠୀ ଟୁର୍ଣ୍ଣାମେଣ୍ଟ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଯୋଗେନ୍ଦ୍ର ସେଠୀ ଏବଂ ଏମ.ସୁରେନ୍ଦ୍ର ଅତିଥିଭାବେ ଯୋଗଦେଇ ବିଜେତା ଓ ଉପ ବିଜେତା ଟିମ୍ କୁ ପୁରସ୍କୃତ କରିଥିଲେ। ଆୟୋଜକ କମିଟି ପକ୍ଷରୁ ଶଙ୍କର ପାତ୍ର, ମନୀଷ ମହାରଣା,ଏସ.ଗୋପାଳ ରେଡ୍ଡୀ,ଚିକୁ ପାତ୍ର ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।