ଶ୍ରୀ ଜଗନ୍ନାଥ ଙ୍କ ଅର୍ପଣ ରଥ ର ପରିକ୍ରମା

ନିମାପଡ଼ା, (ସନ୍ତୋଷ ଦାଶ):ଆସନ୍ତା ୧୭ ତାରିଖରେ ପୁରୀ ଶ୍ରୀ କ୍ଷେତ୍ର ଠାରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ର ଉଦଘାଟନ ସମାରୋହ ଅନୁଷ୍ଠିତ ହେବ। ଏହି ମହୋତ୍ସବ ରେ ଗାଁ ଗଣ୍ଡା ର ସାଧାରଣ ଲୋକ ମାନଙ୍କୁ ସାମିଲ କରିବାକୁ ରାଜ୍ୟ ସରକାର ଙ୍କ ପକ୍ଷରୁ ଆରମ୍ଭ ହୋଇଛି ଶ୍ରୀ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା କାର୍ଯ୍ୟକ୍ରମ। ଗୋପ ବ୍ଲକ ପକ୍ଷରୁ ଛଇତନା ପଞ୍ଚାୟତ ଠାରୁ ଗତ ଶନିବାର ଠାରୁ ଆରମ୍ଭ ହୋଇଥିବା ଶ୍ରୀ ଜଗନ୍ନାଥ ଅର୍ପଣ ରଥର ଆଜି ନୟାହାଟ ଅଞ୍ଚଳ ରେ ପରିକ୍ରମା ଆରମ୍ଭ ହୋଇଛି। ଧୁମାଳୋ ପଞ୍ଚାୟତ ର ପ୍ରସିଦ୍ଧ ମାଧବ ମନ୍ଦିର ଠାରୁ ଏହି ରଥ ଶୁଭାରମ୍ଭ ହୋଇ ନରସିଂହପୁର ଶାସନ ଓ ନରସିଂହ ପୁର ହାଟ ର ୬ ଟି ୱାଡ ପରିକ୍ରମା କରିଥିଲା। ଧୁମାଳୋ ସରପଞ୍ଚ ମୋନାଲିସା ସିଂ, ଜିଲ୍ଲା ପରିଷଦ ସଭ୍ୟା ସାଗରିକା ନାୟକ, ସମିତି ସଭ୍ୟା ଭାନୁମତି ମାଣିକ , ଅଭିମନ୍ୟୁ ସିଂ,ପଞ୍ଚାୟତ ବିଜେଡ଼ି ସଭାପତି ଆଲୋକ ରାୟ, ସହଦେବ ମାଣିକ,ଶୁକଦେବ ଦାସ, ସନ୍ତୋଷ ବେହେରା,କିଶୋର ଚନ୍ଦ୍ର ପାତ୍ର, ବାନାମ୍ବର ମହାନ୍ତି, ଦେବେନ୍ଦ୍ର ମହାନ୍ତି, ଆଲୋକ ସାହୁ, ଆଶିଷ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଘରୁ ଘରୁ ନଡ଼ିଆ, ଗୁଆ, ତୁଳସୀ ସଂଗ୍ରହ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ପଞ୍ଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ ସୁବାସ ଚନ୍ଦ୍ର ଜେନା ଓ ଅଶୋକ ସେନାପତି ପରିଚାଳନା କରିଥିଲେ। ଶ୍ରୀ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା ସମୟ ରେ ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଶବ୍ଦ ରେ ଗାଁ କମ୍ପି ଉଠିଥିଲା। ନରସିଂହପୁର ଶାସନ ଓ ହାଟ ଗାଁ ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଆସନ୍ତା କାଲି ରଥ ଜଙ୍ଗଲବୋରି ପଞ୍ଚାୟତ ଅଞ୍ଚଳ ପରିକ୍ରମା କରିବ ବୋଲି କହିଛନ୍ତି ବିଜେଡି ନେତା ମହମ୍ମଦ ସମସୁଲ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ