ଶ୍ରୀ ଜଗନ୍ନାଥ ଙ୍କ ମାମୁଁ ଘର ମାଧବ ମନ୍ଦିର ରୁ ଶ୍ରୀମନ୍ଦିର ଯିବ ପୋଢୁଆଁ ଭାର

ନିମାପଡ଼ା, (ସନ୍ତୋଷ ଦାଶ):ପ୍ରାଚୀ ଉପତ୍ୟକା ର ମାଧବ ଗ୍ରାମ ର ମାଧବାନନ୍ଦ ଜିୟୁ ମନ୍ଦିର ଶ୍ରୀ ଜଗନ୍ନାଥ ଙ୍କ ମାମୁଁ ଘର ଭାବେ ଲୋକ ମୁଖରେ ପରିଚିତ। ଏହି ମନ୍ଦିର ରୁ ପ୍ରତିବର୍ଷ ପରି ଚଳିତ ବର୍ଷ ଚତୁର୍ଦ୍ଧା ମୂର୍ତ୍ତି ଙ୍କ ପାଇଁ ପୋଢୁଆଁ ଭାର ଆସନ୍ତା ୧୫ ରେ ଯିବ ବୋଲି ମାଧବାନନ୍ଦ ଜୀଉ ମନ୍ଦିର ଟ୍ରଷ୍ଟି ପ୍ରଶାନ୍ତ କୁମାର ଦେବ ଗୋସ୍ୱାମୀ ସୂଚନା ଦେଇଛନ୍ତି । ପୋଢୁଆଁ ଭାର ଯିବା ଲାଗି ଏକ ପ୍ରସ୍ତୁତି ବୈଠକ ମାଧବ ମନ୍ଦିର ରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକ ରେ ମାଧବ ବିକାଶ ପରିଷଦ,ଛତିଶା ନିଯୋଗ ସେବକ ସଂଘ ସମେତ ମନ୍ଦିର ଟ୍ରଷ୍ଟି ପ୍ରମୁଖ ଯୋଗ ଦେଇ ଥିଲେ ।ପ୍ରାତଃ ରୁ ମାଧବାନନ୍ଦ ମନ୍ଦିର ରୁ ସଙ୍କୀର୍ତ୍ତନ ମଣ୍ଡଳୀ ସହ ଏହି ଯାତ୍ରା ଆରମ୍ଭ ହେବ । ପ୍ରାୟ ଶତାଧିକ ଭକ୍ତ ଏଥିରେ ସାମିଲି ହେବେ ।ଭକ୍ତ ମାନେ କିପରି ଶାନ୍ତି ଶୃଙ୍ଖଳା ର ସହ ଯାତ୍ରା କରିବେ ସେଥିଲାଗି ନିଆଳି ଥାନା ପୋଲିସ ଓ ଚାରିଛକ ଫାଣ୍ଡି ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।ଏହି ଯାତ୍ରାରେ ବିଭିନ୍ନ ପଞ୍ଚାୟତ ର ଭକ୍ତ ମାନେ ଯୋଗଦେବେ ବୋଲି ରତନପୁର ଓ ମାଧବ ର ଲୋକ ପ୍ରତିନିଧି ମାନେ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ