ଶ୍ରୀ ଜଗନ୍ନାଥ ଙ୍କ ମାମୁଁ ଘର ମାଧବ ମନ୍ଦିର କୁ ଆସିଲା ନିମନ୍ତ୍ରଣ
ନିମାପଡ଼ା, (ସନ୍ତୋଷ ଦାଶ):ଆସନ୍ତା ଜାନୁୟାରୀ ୧୭ ତାରିଖ ରେ ଶ୍ରୀ କ୍ଷେତ୍ର ପୁରୀ ଠାରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ର ଉଦଘାଟନ ସମାରୋହ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଦାରୁ ଯାଇଥିବା ସ୍ଥଳୀ ଓ ଜଗନ୍ନାଥ ସଂସ୍କୃତି ସହିତ ଜଡିତ ବିଭିନ୍ନ ମଠ, ମନ୍ଦିର କୁ ନିମନ୍ତ୍ରଣ କରାଯାଉଛି।ଏହି ପରିପ୍ରେକ୍ଷୀରେ ଶ୍ରୀ ଜଗନ୍ନାଥ ଙ୍କ ମାମୁଁ ଘର ଭାବେ ଲୋକମୁଖ ରେ ପରିଚିତ ପ୍ରାଚୀ ଉପତ୍ୟକା ର ମାଧବ ଗ୍ରାମର ମାଧବ ମନ୍ଦିର ରେଦଇତାପତି ସେବକ ବିଭୁ ପ୍ରସାଦ ଦାସ ମହାପାତ୍ର ଓ ଜଗନ୍ନାଥ ଦାସ ମହାପାତ୍ର ଙ୍କ ନେତୃତ୍ୱ ରେ ଏକ ଦଳପହଞ୍ଚି ମାଧବ ଠାକୁର ଓ ତାଙ୍କ ସେବକ ଜଟାଧାରୀ ପୁଷ୍ପାଳକ ଓ ସନ୍ତୋଷ ପୁଷ୍ପାଳକ ଙ୍କୁ ନିମନ୍ତ୍ରଣ ପତ୍ର ଓ ଗୁଆ ପ୍ରଦାନ କରିଛନ୍ତି। ଶ୍ରୀ ଜଗନ୍ନାଥ ଙ୍କ ସେବକ ମାନଙ୍କୁ ସମାଜସେବୀ ନ୍ୟାୟବ୍ରତ ରାଉତ, ମାଧବ ମନ୍ଦିର ହେଡଟାରି ଟ୍ରଷ୍ଟି ପ୍ରଶାନ୍ତ ଦେବ ଗୋସ୍ୱାମୀ ( ବାବୁ) ଙ୍କ ନେତୃତ୍ୱ ରେ ମାଧବ ଗ୍ରାମ ର ଗ୍ରାମବାସୀ, ଠାକୁର ଙ୍କ ସେବକ ସମିତି, ମାଧବ ବିକାଶ ପରିଷଦ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇ ଏକ ବିରାଟ ଶୋଭାଯାତ୍ରା ରେ ବାଣ ଫୁଟାଇ, ବାଜା ବଜାଇ ମାଧବ ମନ୍ଦିର କୁ ପାଛୋଟି ନେଇଥିଲେ। ସେଠାରେ ଶ୍ରୀ ମନ୍ଦିର ସେବକ ମାନେ ମାଧବ ଠାକୁର ଙ୍କୁ ଦର୍ଶନ,ପୂଜାର୍ଚ୍ଚନା କରିବା ସହିତ ନିମନ୍ତ୍ରଣ ଗୁଆ ଓ ପତ୍ର କୁ ଲାଗି କରିଥିଲେ।