ଶ୍ରୀ ଜଗନ୍ନାଥ ପବ୍ଲିକ୍ ସ୍କୁଲ୍ରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ
ବାଲେଶ୍ୱର, (ସରୋଜ ପଣ୍ଡା):ସ୍ଥାନୀୟ ଶ୍ରୀଜଗନ୍ନାଥ ପବ୍ଲିକ୍ ସ୍କୁଲ୍, ସିନ୍ଦୁରୀ ଦ୍ୱାରା ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଶୁଭ ଅବସରରେ ଅନୁଷ୍ଠାନର ଉପସଭାପତି କବି ଶ୍ରୀଦେବଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ସ୍ୱାଧୀନତା ଆନ୍ଦୋଳନର ବିଶିଷ୍ଟ ଗବେଷକ ତଥା ସାମାଜିକ କର୍ମୀ, କାବ୍ୟଶିଳ୍ପୀ ସର୍ବେଶ୍ୱର ଦାସ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ବିଦ୍ୟାଳୟର ପ୍ରତିଷ୍ଠାତା ଭାସ୍କର ଚନ୍ଦ୍ର ପାଣିଗ୍ରାହୀ, ସମ୍ପାଦିକା ଜୟନ୍ତୀ ପାଣିଗ୍ରାହୀ, ନୃତ୍ୟ ସଙ୍ଗୀତ ଅନୁଷ୍ଠାନ ‘ନାଚ୍’ ପ୍ରତିଷ୍ଠାନର ଅରୁଣାଂଶୁ ପାଣିଗ୍ରାହୀ, ରୋନାଲିସା ପାଣିଗ୍ରାହୀ, ଜଗନ୍ନାଥ ପବ୍ଲିକ୍ ସ୍କୁଲ୍ର ଅଧ୍ୟକ୍ଷା ସରୋଜିନୀ ମିଶ୍ର ଏବଂ ସଦସ୍ୟ ରାମଚନ୍ଦ୍ର ପାଣିଗ୍ରାହୀ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ସାଧାରଣତନ୍ତ୍ର ସମ୍ପର୍କରେ ବହୁ ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ ।ଏହି କାର୍ଯ୍ୟରେ ବିଦ୍ୟାଳୟର ଶିକ୍ଷାଦାତା ସନ୍ତୋଷ କୁମାର ପଣ୍ଡା, ଗୁଲେସାମା ସାହିନ୍, ନିବେଦିତା ସାମଲ, ଗାୟତ୍ରୀ ମଣ୍ଡଳ, ପ୍ରିୟା ପାଲ୍, ଦୀପକ ରଂଜନ ବେହେରା, ଜ୍ୟୋତିଷ ରଂଜନ ଦେ, ରଜତ୍ କୁମାର ଦାଶ ଅଧିକାରୀ, ରାଜେନ୍ଦ୍ର ପ୍ରସାଦ ଘୋଷ, ସସ୍ମିତା ଆଚାର୍ଯ୍ୟ, ମୋନାଲିସା ପଣ୍ଡା, ଜୟନ୍ତୀ ଦାଶ, ଡ. ସୌରଭ କର, କବିତା ବେହେରା, ପ୍ରଣିତା ଅଗସ୍ତି, ନାହିଦ୍ ସୁଲତାନ୍, ମଧୁସ୍ମିତା ଭୂୟାଁ, ଏଚ୍.ଏଚ୍. ଶ୍ରୀରାମ, ନବୀନ କର, ଚିନ୍ମୟୀ ପାଲ, ହରିହର ବେହେରା, ସବିତା ଦାଶ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ । ପରିଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ କୃତିତ୍ୱ ପାଇଁ ପୁରସ୍କାର ପ୍ରଦାନ କରାଯାଇଥିଲା । ସର୍ବଶେଷରେ ଅନ୍ୟତମ ଶିକ୍ଷା ସଂଯୋଜକ ଭାସ୍କର ଚନ୍ଦ୍ର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।