ଶ୍ରୀ ଜଗନ୍ନାଥ ପବ୍ଲିକ ସ୍କୁଲର ୮ମ ବାର୍ଷିକୋତ୍ସବ
ବାଲେଶ୍ୱର(ଯୁଗାଦ୍ଦ ନ୍ୟୁଜ୍): ସହର ଉପକଣ୍ଠ ସୁନ୍ଦରୀଠାରେ ଶ୍ରୀ ଜଗନ୍ନାଥ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବକୁ ବାଲେଶ୍ୱର ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ହରେକୃଷ୍ଣ ସାହୁ ଉଦ୍ଘାଟନ କରି ପରୀକ୍ଷାର ମାର୍କ ପ୍ରତି ଗୁରୁତ୍ୱ ନଦେଇ ପ୍ରକୃତ ଶିକ୍ଷା ଆହରଣ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ପଣ୍ଡିତ ଦୟାନିଧି ଦାଶ, ସମାଜସେବୀ ସୁବାସିନୀ ଜେନା, ନିର୍ଦ୍ଦେଶକ ଭାସ୍କର ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ । ଉତ୍ସବରେ ଶିକ୍ଷାବିତ୍ ଦେବେନ୍ଦ୍ର ନାଥ ଚୌଧୁରୀ ଅଧ୍ୟକ୍ଷତା କରିଥିବା ବେଳେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା । ବିଦ୍ୟାଳୟ ସଂପାଦିକା ଜୟନ୍ତୀ ଦେବୀ ବାର୍ଷିକ ବିବରଣୀ ପାଠ କରିଥିଲେ । ଛାତ୍ରଛାତ୍ରୀଙ୍କୁ ଡ. ସାହୁ ପୁରସ୍କାର ବିତରଣ କରିଥିଲେ । ଶେଷରେ ବିଦ୍ୟାଳୟ ଅଧ୍ୟକ୍ଷ ଭାସ୍କର ଚନ୍ଦ୍ର ମହନ୍ତ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନନ୍ତ ମହାନ୍ତି, ରାଜେନ୍ଦ୍ର ପ୍ରସାଦ ଘୋଷ, ରାଜେନ୍ଦ୍ର ମିଶ୍ର, ମୋନାଲିଶା ପଣ୍ଡା, ସରୋଜିନୀ ପାଣିଗ୍ରାହୀ, ପ୍ରଣୀତା ଅଗସ୍ତି, ସସ୍ମିତା ଆଚାର୍ଯ୍ୟ, ଅରୂପ ସରକାର, ଆଶିଷ ଧଳ, ବବିତା ପାତ୍ର, ଅପ୍ରିତା ବିନ୍ଧାଣୀ, ରାହ୍ୱଲ ମଣ୍ଡଳ, ଅଞ୍ଜନା ନାଥ, ଜୟନ୍ତୀ ଦାଶ, ଶ୍ରବଣ କୁମାର ଗିରି ପ୍ରମୁଖ ସହଯୋଗ କରିଥିଲେ ।