ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ବାଲେଶ୍ଵରରେ ଭକ୍ତ ଜାଗରଣ ଜନସଂପର୍କ ଯାତ୍ରା

ବାଲେଶ୍ଵର, (ସରୋଜ ପଣ୍ଡା):ଶ୍ରୀ ଜଗନ୍ନାଥ ସେନା ପୁରୀ କେନ୍ଦ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଭକ୍ତ ଜାଗରଣ ଜନସଂପର୍କ ଯାତ୍ରା ସୋମବାର ପୂର୍ବାହ୍ନରେ ବାଲେଶ୍ଵର ବାଣ୍ଠିଆ ଜଗନ୍ନାଥ ମନ୍ଦିର ଠାରେ ଶ୍ରୀ ଜଗନ୍ନାଥ ମନ୍ଦିର ୪ ଦୁଆର ଓ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ କୁ ନେଇ ଜଗନ୍ନାଥ ସେନା ପକ୍ଷରୁ ଭକ୍ତ ଜାଗରଣ ଜନସଂପର୍କ ଯାତ୍ରା ଆହ୍ବାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ସୋମବାର ଦିନ ୧୨ ଟା ବେଳେ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ସମେତ ସେନା ସଦସ୍ୟ, ସଦସ୍ୟା ମାନେ ବାଣ୍ଠିଆ ଜଗନ୍ନାଥ ଙ୍କ ପାଖରୁ ଆଜ୍ଞା ମାଳ ନେଇଥିଲେ। ପରେ ଆବାହକ ଶ୍ରୀ ପଟ୍ଟନାୟକ ଶ୍ରୀ ମନ୍ଦିରର ୪ ଦୁଆର ଓ ରତ୍ନ ଭଣ୍ଡାର ତୁରନ୍ତ ଖୋଲିବା ପାଇଁ ଦାବି କରି ମନ୍ଦିର ପ୍ରଶାସନ ଓ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ।ଶ୍ରୀ ମନ୍ଦିର ଚାରି ଦୁଆର ଓ ରତ୍ନ ଭଣ୍ଡାର ତୁରନ୍ତ ଖୋଲା ନଗଲେ ସାରା ଓଡ଼ିଶା ରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ