ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୫ ତମ ଜନ୍ମମହୋତ୍ସବ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଗ୍ରାମର ସତସଙ୍ଗ କେନ୍ଦ୍ର ପକ୍ଷରୁ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୫ ତମ ଜନ୍ମ ମହୋତ୍ସବ ସହପ୍ରତି ଋତ୍ଵିକ ଭଗବାନ ବଢେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଉପଦେଷ୍ଟା ବିଶ୍ଵନାଥ ରଣା କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଠାକୁରଙ୍କ ଜନ୍ମ ମହୋତ୍ସବ ଉପଲକ୍ଷେ ଉଷା କୀର୍ତ୍ତନ, ଠାକୁରଙ୍କ ରଥର ନଗର ପରିକ୍ରମା, ସତସଙ୍ଗରେ ସତ୍ୟାନୁଶରଣ, ନାରୀର ନୀତି ଗ୍ରନ୍ଥ ପଠନ, ଭଜନ, କୀର୍ତ୍ତନ ଆଦି ଅନୁଷ୍ଠିତ ହୋଇଥିଲା। ସତସଙ୍ଗରେ ମୁଖ୍ୟ ବକ୍ତାଭାବେ ଭଞ୍ଜନଗରର ସହପ୍ରତି ଋତ୍ଵିକ ଧୃବ ଚରଣ ମହାରଣା ଯୋଗଦେଇ ମନୁଷ୍ୟ ସଦ୍ଗୁରୁ ଓ ସତ୍ଦିକ୍ଷା ଗ୍ରହଣ କରି ସଦ୍ଗୁରୁଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେଲେ ଜୀବନ ଶାନ୍ତି ଓ ଆନନ୍ଦରେ କଟିଥାଏ ବୋଲି ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ରାମଚନ୍ଦ୍ର ଗୌଡ଼, ନିରଞ୍ଜନ ବାରିକ, ବୃନ୍ଦାବନ ମହାରଣା, ବିଘ୍ନେଷ ଦୋରା, ନିରଞ୍ଜନ ପରିଡା, ଭିକାରୀ ବେହେରା, ଭଗବାନ ଡାକୁଆ ପ୍ରମୁଖ ଯୋଗଦେଇଥିଲେ। ବାଲିପଦର ସଙ୍ଗଠନର ସଭାପତି ହାଡୁବନ୍ଧୁ ପାତ୍ର, ସମ୍ପାଦକ ରବୀନ୍ଦ୍ର ବେହେରା, କୋଷାଧ୍ୟକ୍ଷ ସୁଦର୍ଶନ ପାତ୍ର ଙ୍କ ସମେତ ଅଞ୍ଚଳର ଗୁରୁଭାଇ ଓ ମାଆ ବୃନ୍ଦ ଯୋଗଦେଇଥିଲେ। ସମାଜସେବୀ କେ.ନୀଳମାଧବ ଆଚାରି ଓ କୈଳାଶ ପ୍ରଧାନଙ୍କ ସହଯୋଗରେ ପ୍ରାୟ ଦୁଇ ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା। ଶେଷରେ କେ.ବିଷ୍ଣୁ ପ୍ରସାଦ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ