ଶ୍ରୀ ତ୍ରିନାଥ ଠାକୁରଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ସହ କଳସ ଯାତ୍ରା ଅନୁଷ୍ଠିତ
କୋଦଳା, (ଗୁଲସନ କୁମାର କର) :-ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମଠସରସିଙ୍ଗି ଗ୍ରାମରେ ଶ୍ରୀ ତ୍ରିନାଥ ଠାକୁରଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆରମ୍ଭ ହୋଇଯାଇଛି । ଉକ୍ତ ଗ୍ରାମର ଯୁବଗୋଷ୍ଠୀ ଓ ଗ୍ରାମବାସୀ ଙ୍କ ସକ୍ରିୟ ସହଯୋଗ ରେ ବିଧିବଧ କ୍ରମରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗ୍ରାମରେ ପ୍ରତି ଘର ସମ୍ଭୁଖରେ ଲିପା ପୋଛା କରି ସୁସଜ୍ଜିତ ବର୍ଦ୍ଧନି କଳସ ଧୂପ, ଦୀପ ସହ ସଜେଇ ରଖିବା ସହ ପୂଜାର୍ଚ୍ଚନା ପୂର୍ବକ ଗ୍ରାମରେ ସ୍ତ୍ରୀ ଲୋକମାନଙ୍କ ଦ୍ୱାରା ପ୍ରଥମ ଦିନରେ କଳସ ଶୋଭାଯାତ୍ରା ମଧ୍ୟ ହୋଇଥିଲା । ଏହି ପଞ୍ଚ ମହାଯଜ୍ଞ ପାଞ୍ଚଦିନ ବ୍ୟାପୀ ହେବାକୁ ଥିବା ବେଳେ ୦୨ ତାରିଖ ଶନିବାର ଦିନ ପୂର୍ଣାହୂତି ହେବ । ନାମଯଜ୍ଞ ଘୃତଯଜ୍ଞ, ଅନ୍ନଯଜ୍ଞ, ଜ୍ଞାନ ଯଜ୍ଞ ଆଦି ଚାଲୁରହିଥିବା ବେଳେ ପଣ୍ଡିତ ମାନଙ୍କ ବେଦ ପାଠରେ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ପ୍ରତେକ ଦିନ ସନ୍ଧ୍ୟାରେ ଭାଗବତ ପାରାୟଣ ମଧ୍ୟ ଅନୁଷ୍ଠିତ ହେଉଛି । ଏହି ଉତ୍ସବ ରେ ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହି ପ୍ରତେହ ଅନ୍ନ ପ୍ରସାଦ ସେବନ କରୁଛନ୍ତି ।


