ଶ୍ରୀ ନୃସିଂହନାଥଜୀଉଙ୍କ ଜନ୍ମ ଉତ୍ସବ ପାଳିତ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତସ୍ଥିତ ବିରିଗଡ଼ିଆ ମଠ ଠାରେ ଶ୍ରୀ ନୃସିଂହନାଥଜୀଉଙ୍କର ଜନ୍ମ ଉତ୍ସବ ପାଳିତ ହୋଇଯାଇଛି । ମଠ ପୂଜକ ମହେନ୍ଦ୍ର ନାଥ ପଣ୍ଡାଙ୍କ ଦ୍ୱାରା ଶ୍ରୀ ନୃସିଂହ ନାଥଙ୍କ ଷୋଡଶ ଉପଚାର ପୂଜା ସହ ଗୀତା ପାଠ ଏବଂ ନୃସିଂହଙ୍କର ବୀଜମନ୍ତ୍ରରେ ଆହୂତି ପ୍ରଦାନ କରାଯାଇଥିଲା । ଏଥିସହ ମୁଖ୍ୟ ବିଗ୍ରହଙ୍କ ସମେତ ଶ୍ରୀଗରୁଡ଼, ଶ୍ରୀଗଣେଶ, ଶ୍ରୀସରସ୍ୱତୀ, ଶ୍ରୀଲକ୍ଷ୍ମୀ, ବୃନ୍ଦାବତୀ, ଶ୍ରୀଚକ୍ର ଦ୍ୱାରପାଳଙ୍କୁ ପୂଜାର୍ଚ୍ଚନା କରାଯିବା ସହ ମହାମନ୍ତ୍ର ଗାନ କରାଯାଇ ବିଗ୍ରହଙ୍କୁ ନେଇ ବନ୍ତ ବଜାର ସହ ବିଭିନ୍ନ ସ୍ଥାନ ପରିକ୍ରମା କରାଯାଇଥିଲା । ଶ୍ରୀ ଦେବଙ୍କୁୁ ଦର୍ଶନ କରିବା ପାଇଁ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଲକ୍ଷ୍ମୀଧର ବେହେରା, ସମ୍ବିତ କୁମାର ପଣ୍ଡା, ଗୟାଧର ଜେନା, ରବିନ୍ଦ୍ର ଓଝା, ବିପିନ ବିହାରୀ ନାୟକ, ହରିଶ ମହାରଣା, ସୈାରଭ ଦାଶ, ହିମାଂଶୁ ଶେଖର ଭାଟରାୟ, ହରେକୃଣ୍ଣ ଜେନା, ଆନନ୍ଦ ରାଜ, ଅକ୍ଷୟ ଜେନାଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ ସହଯୋଗ କରିଥିଲେ ।