ଶ୍ରୀ ବଡମା ଲକ୍ଷ୍ମୀ ଦେବୀଙ୍କ ୧୨୯ ତମ ଜୟନ୍ତୀ ଉତ୍ସବ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ସହରର ସତସଙ୍ଗ ବିହାରରେ ଜୁଲାଇ ୩୦ ତାରିଖ ଦିନ ଶ୍ରୀ ଶ୍ରୀ ବଡମା ଲକ୍ଷ୍ମୀ ଦେବୀଙ୍କ ୧୨୯ ତମ ଜନ୍ମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ସହପ୍ରତିରିତ୍ତ୍ୱିକ ରବୀନ୍ଦ୍ର କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନ୍ମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ ମୁରଲୀଧର ନନ୍ଦ, ପୋଲସରା ଏନଏସି ଅଧ୍ୟକ୍ଷା ସଙ୍ଗୀତା ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା ଯୋଗଦେଇଥିଲେ । ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସାହୁ ନିଜ ବକ୍ତବ୍ୟରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଆଦର୍ଶ ଅନୁସରଣ କରି ଆଧ୍ୟାତ୍ମିକ ଚିନ୍ତାଧାରକୁ ଆଦରି ନେଲେ ଆମ ଜୀବନ ଶାନ୍ତିରେ କଟି ପାରିବ ବୋଲି ପ୍ରକାଶ କରିଥିଲେ । କ୍ୟାମ୍ପ ବାଢେଇ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସହାପ୍ରତିରିତ୍ତ୍ଵିକ ଉପେନ୍ଦ୍ର କୁମାର ସାହୁ ଓ ନିରଞ୍ଜନ ବେହେରା ଆଧ୍ୟାତ୍ମିକ ପ୍ରବଚନ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ