ଶ୍ରୀ ବ୍ରହ୍ମେଶ୍ୱରରେ ମହାଶିବରାତ୍ରୀ ଉତ୍ସବ ଉଦ୍ଯାପିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଟଙ୍କପାଣି ରୋଡ଼୍ ନିକଟ ମହାପ୍ରଭୁ ଶ୍ରୀ ବ୍ରହ୍ମେଶ୍ୱର ମହାଦେବଙ୍କ ମହାଶିବରାତ୍ରୀ ଉତ୍ସବ ଉଦ୍ଯାପିତ ହୋଇଯାଇଛି । ଆଜି ମନ୍ଦିର ପରିସର ସଫେଇ କାର୍ଯ୍ୟ କରାଯାଇଛି । ମହାଶିବରାତ୍ରୀରେ ଅନୁଷ୍ଠିତ ଭଜନ ସମାରୋହକୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍ଘାଟନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଏମ୍ସି ଡେପୁଟି ମେୟର ସୁଲୋଚନା ଦାସ, ଆକାଶ ଦାସ ନାୟକ, କୃଷି ଶିଳ୍ପ ନିଗମର ଉପାଧ୍ୟକ୍ଷ ସନ୍ତୋଷ ବେଜ, ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସ ନାୟକ, କର୍ପୋରେଟର ଅମରେଶ ଜେନା, ସନ୍ତୋଷ ସିଂ, ଅଜିତ ବେହେରା, ପୂର୍ବତନ କର୍ପୋରେଟର ସୁଜିତ ସ୍ୱାଇଁ ପ୍ରମୁଖ ସାମିଲ ହୋଇଥିଲେ । ଏହାକୁ ପୂର୍ବତନ କର୍ପୋରେଟର ତଥା ବ୍ରହ୍ମେଶ୍ୱର ମନ୍ଦିର ପରିଚାଳଣା ମ୍ୟାନେଜିଙ୍ଗ୍ ଟ୍ରଷ୍ଟି ପୁଷ୍ପା ଦାସ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ୭ହଜାର ଭକ୍ତଙ୍କୁ ପ୍ରସାଦ ସେବନ ବଂଟନ କରାଯାଇଥିଲା । ଏହାକୁ ପ୍ରତୀଶ କୁମାର ଭଞ୍ଜ ପରିଚାଳଣା କରିଥିଲେ । ପୁଲିସ ଓ ଗ୍ରାମବାସୀଙ୍କ ସହଯୋଗରେ ମନ୍ଦିର ଭିତରେ ଆଇନ ଶୃଙ୍ଖଳା, ବାହାରେ ଟ୍ରାଫିକ୍ ନିୟନ୍ତ୍ରଣ ଓ ଏହି ଉତ୍ସବ ପରିଚାଳଣା କରାଯାଇଥିଲା ।


