ଶ୍ରୀ ମନ୍ଦିରକୁ ପ୍ରବେଶ କଲେ ଶ୍ରୀ ଜଗନ୍ନାଥ ଙ୍କ ଅଙ୍ଗ ସେବକ ଦଇତାପତି
ବାର ମାସରେ ତେର ଯାତ୍ରା କାଳିଆ ର ସେଥିରୁ ରଥ ଯାତ୍ରା ବିଶ୍ୱବିଦିତ । ମହାପ୍ରଭୁ ହେଉଛନ୍ତି ଭକ୍ତ ଙ୍କ ଠାକୁର ବିଶ୍ୱବାସୀ ଙ୍କୁ ଦର୍ଶନ ଦେବା ପାଇଁ ରତ୍ନ ସିଂହାସନ ଛାଡି ଓହ୍ଲାଇ ଆସନ୍ତି ବଡ ଦାଣ୍ଡ କୁ ଆଉ ଜଗତର ନାଥ ଜଗନ୍ନାଥ କୁ ଦର୍ଶନ ପାଇଁ ବ୍ୟକୁଳ ହୋଇପଡନ୍ତି ଭକ୍ତ । ଆଷାଢ ମାସ ଶୁକ୍ଲ ପକ୍ଷ ଦ୍ୱିତୀୟା ରେ ଅନୁଷ୍ଠିତ ହୋଇଥାଏ ଚର୍ତୁଧା ମୂର୍ତ୍ତୀ ଙ୍କ ଘୋଷ ଯାତ୍ରା । ଏହି ସମୟରେ ଜଗନ୍ନାଥ ଙ୍କୁ ନୀତି କ୍ରାନ୍ତି ପାଇଁ ମନ୍ଦିରକୁ ପ୍ରବେଶ କରିଥାନ୍ତି ମହାପ୍ରଭୁ ଙ୍କ ଶ୍ରୀଅଙ୍ଗ ରକ୍ଷକ ଦଇତା ପତି ସେବକ । ଏମାନଙ୍କ ସେବା ଘୋଷ ଯାତ୍ରା ପରାମ୍ପରା ମୁତାବକ ଦେବସ୍ନାନ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ ନୀଳାଦ୍ରୀ ବିଜୟରେ ଶେଷ ହୁଏ । ତା ସହିତ ଏହି ସେବକଙ୍କ ଦ୍ୱାରା ବହୁ ଗୁରୁତ୍ୱ ପୂର୍ଣ୍ଣ ନୀତି କାଳିଆର ସମ୍ପାଦନ କରିଥାନ୍ତି । ଆସନ୍ତା କାଲି ତ୍ରୋୟଦଶି ଥିବାରୁ ଦଇତା ପତି ମାନେ ମନ୍ଦିର ପ୍ରବେଶ କରିବେ । ମଙ୍ଗଳା ଆଲତୀ ପୂର୍ବରୁ ଏହି ପକ୍ରିୟା ଆରମ୍ଭ ହୋଇଥାଏ ଏଥି ପାଇଁ ସମୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛୁ ବୋଲି ଦଇତା ପତି ନିଯୋଗ ର ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ସୂଚନା ଦେଇଛନ୍ତି । ଦଇତାପତି ଙ୍କ ପ୍ରବେଶ ପରେ ଆସନ୍ତା କାଲିଠାରୁ ଶ୍ରୀଜିଉ ଙ୍କ ବଡ ସିଂହାର ବେଶ ,ପହୁଡ ,ଆଳତୀ ପରେ ଚତୁର୍ଦ୍ଧାମୂର୍ତ୍ତିୀ ଙ୍କ ଶ୍ରୀ ମୁଖରେ ଖଣ୍ଡୁଆ ଢାଙ୍କି କରାଯିବ । ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଦେବସ୍ନାନ ପୂର୍ଣ୍ଣିମା ପରେ ଦଇତା ପତି ସେବାୟତ ମାନେ ଶ୍ରୀ ମନ୍ଦିରର ଅଣସନ ପିଣ୍ଡିରେ ଗୁପ୍ତ ସେବା କରିବେ ।