ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖିବା ନିମନ୍ତେ ଛତ୍ରପୁର ବ୍ଲକ ଓ ଏନଏସି ର ବହୁ ଜଗନ୍ନାଥ ପ୍ରେମୀ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ପୁରୀ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଜଗତରନାଥ ପ୍ରଭୁ ଶ୍ରୀ ଜଗନ୍ନାଥ କୁ ଦେଖିବା ପାଇଁ ଛତ୍ରପୁର ଏନଏସି ଓ ବ୍ଲକର ବହୁ ଜଗନ୍ନାଥ ପ୍ରେମୀ ସୋମବାର ସକାଳୁ ଯାତ୍ରା କରିଛନ୍ତି l ଏହି ପରିପ୍ରେକ୍ଷୀରେ ଛତ୍ରପୁର ଏନଏସି କାର୍ଯ୍ୟାଳୟରେ ଏନଏସି ପକ୍ଷରୁ ଗାଡି ଗୁଡିକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଓ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପା ରାଓ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି l ଏଥିରେ ଛତ୍ରପୁର ଏନଏସିର ବିଭିନ୍ନ ୱାର୍ଡ ରୁ 20 ଜଣ ଲେଖାଏଁ ଜଗନ୍ନାଥ ପ୍ରେମୀ ଶ୍ରୀ ମନ୍ଦିର ଯାତ୍ରା କରିଛନ୍ତି l ଏହି ଶୁଭାରମ୍ଭ ବେଳେ ଛତ୍ରପୁର ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ୟାସିର ବିଲ୍ଲାଲ ଅହମ୍ମଦ, କାଉନସିଲର ଦେବାଶିଷ ମିଶ୍ର, କେ. ରମେଶ, ଟି. ଗଣେଶ ରେଡ୍ଡୀ,ସନ୍ତୋଷୀ ସେଠି ଓ ପ୍ରୀତିଛନ୍ଦା ସାମଲଙ୍କ ସମେତ ଅନ୍ୟାନ୍ୟ କାଉନସିଲର ଏବଂ ଏନଏସି ର କର୍ମଚାରୀ ମାନେ ଉପସ୍ଥିତ ଥିଲେ l ସେହିପରି ଛତ୍ରପୁର ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ନୂଆ ବସ ଷ୍ଟାଣ୍ଡ ଠାରେ ବସ ଗୁଡ଼ିକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଓ ଛତ୍ରପୁର ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି l ବ୍ଲକ ପକ୍ଷରୁ ଆୟୋଜିତ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ରେଛତ୍ରପୁର ବିଡ଼ିଓ ସୁଶାନ୍ତ କୁମାର ବରାଳ,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମୁନା ଦାସ, ଜିଲ୍ଲାପରିଷଦ ସଭ୍ୟା ଛବିତା ବେହେରା, ଟାଙ୍ଗଣାପଲ୍ଲୀ ସରପଞ୍ଚ ବି. ସୁଦାମ, କାଳୀପଲ୍ଲୀ ସରପଞ୍ଚ ବି. ଲକ୍ଷ୍ମୀପାତ୍ର, ସୁନ୍ଦରପୁର ସରପଞ୍ଚ ଗଗନ ବେହେରା,ମହାନାଦପୁର ସରପଞ୍ଚ ରବିନ୍ଦ୍ର ରାଉଳ,ସମିତି ସଭ୍ୟା ସୁଜ୍ଞାନୀ ସେଠି, ପୂର୍ବତନ ସମିତି ସଭ୍ୟ ଏନ. ଦୁର୍ଯ୍ୟୋଧନ ରେଡ୍ଡୀ ଓ ମଥୁରା ଚରଣ ସୁବୁଦ୍ଧି,ଅଭିରାମ ପ୍ରଧାନ, ସନ୍ତୋଷ ବେହେରା, ଟିକିନା ଗୌଡ଼, ମାଗୁଣି ବିଷୋୟୀ, ବି. ଚନ୍ଦ୍ରମଣି ପାତ୍ରଙ୍କ ସମେତ ବ୍ଲକର ବହୁ ସରପଞ୍ଚ ଓ ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ l


