ଶ୍ରୀ ରାମତାରକ ମହାଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଡପଦା ଗ୍ରାମ ସ୍ଥିତ ଉଦୟ ନାଥେ ଶ୍ୱର ଶୈବ ପୀଠରେ ବିଶ୍ୱଶାନ୍ତି ଶ୍ରୀ ରାମତାରକ ମହାଯଜ୍ଞ ପାଇଁ ଗୁରୁବାର ପ୍ରସ୍ଥୁତି ବୈଠକ ଅନୁଷ୍ଠିତ ହୋଇଥିଲା।ମହା ଯଜ୍ଞ ପରିଚାଳନା କମିଟି ସଭାପତି ବିଜୟ କୁମାର ପାଣିଗ୍ରାହୀ ପ୍ରସ୍ଥୁତି ବୈଠକରେ ଅଧ୍ୟକ୍ଷତା କରିଥିଲେ।  ଏହି ମହା ଯଜ୍ଞ ଆସନ୍ତା ୨୬ ତାରିଖ ଅର୍ଥାତ ମାଘ ପଞ୍ଚମୀ ତିଥି ଠାରୁ ଅରମ୍ଭ ହୋଇ ଫେବୃଆରୀ ୫ ତାରିଖ ମାଘ ପୁର୍ଣ୍ଣୀମା ଦିନ ପୁର୍ଣ୍ଣାହୁତି ହେବ ବୋଲି ମହାଯଜ୍ଞ ପରିଚାଳନା କମିଟି ପକ୍ଷରୁ  ସୂଚନା ମିଳିଛି।ମହା ଯଜ୍ଞ ପରିଚାଳନା ପାଇଁ ଆଖପାଖ ଗ୍ରାମ ମାନଙ୍କରୁ ପ୍ରାୟ ୩୦ ଜଣ ପ୍ରମୁଖ ବ୍ୟକ୍ତି ଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। କମିଟିର ସଭାପତି ଭାବେ ବିଜୟ କୁମାର ପାଣିଗ୍ରାହୀ,ଉପ-ସଭାପତି ଭାବେ ବିଭୁତି ଭୂଷଣ ମହାପାତ୍ର,ସମ୍ପାଦକ ଭାବେ ରାଜେନ୍ଦ୍ର କୁମାର ପାଠୀ ଓ କୋଷାଧ୍ୟକ୍ଷ ଭାବେ କିଶୋର ଚନ୍ଦ୍ର ସର୍ଦ୍ଦାର ଙ୍କୁ ମନୋନୀତ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଜିଲ୍ଲାର ବହୁ ସାଧୁ,ସନ୍ଥ ଓ ମାନ୍ୟଗଣ୍ୟ ବ୍ୟକ୍ତି ଙ୍କୁ ଆମନ୍ତ୍ରିତ କରିବା ପାଇଁ ପ୍ରସ୍ଥୁତି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ