ଶ୍ରୀ ରାମାନନ୍ଦ ଆଚାର୍ଯ୍ୟ ଜୟନ୍ତୀ
ବ୍ରହ୍ମପୁର,(ଯୁଗାବ୍ଦନ୍ୟୁଜ)- ବିଜିପୁର ଜଗନ୍ନାଧ ମନ୍ଦିର ଭକ୍ତି ଭବନରେ ଶ୍ରୀ ରାମାନ୍ଦ ଆଚାର୍ଯ୍ୟ ଙ୍କ ଜୟନ୍ତୀ ମହାସମାହରେ ପାଳିତ ହୋଇଯାଇଛି । ମାରୁତି ସତସଙ୍ଗ ଦ୍ୱାରା ଆନନ୍ଦ ଭବନରେ ସୁନ୍ଦରାକାଣ୍ଡ,ପାରାୟଣ ଦନୁମାନ ଚାଳିଶା ପାଠ ,ପରେ ବିଶିଷ୍ଠ ବକ୍ତା ତଥା ଶିକ୍ଷାବିତ୍ ଶ୍ରୀ ଦେବୀ ପ୍ରସାଦ ସାହୁ ରାମାନନ୍ଦଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । କିପରି ସନାତନ ଧର୍ମର ପ୍ରଚାର ଓ ପ୍ରସାର ଉପରେ ସ୍ୱାମୀଜି ନିଜର ଜୀବନକୁ ଉତ୍ସର୍ଗ କରିଥିଲେ । ସେ ବିଷୟରେ ବର୍ଣ୍ଣନା କରିଥିଲେ । ଏହା କାର୍ଯ୍ୟକ୍ରମରେ ସହଦେବ ପାତ୍ର,ପ୍ରମୋଦ କୁମାର ଦାସ,ଶଙ୍କର ପାଣିଗ୍ରାହୀ,ଶରତ ପଟ୍ଟନାୟକ ଙ୍କ ସମେତ କମିଟିର ବହୁ ସଦସ୍ୟ ଉପସ୍ଥିତ ଥିଲେ ।


