ଶ୍ରୀ ଲଙ୍ଗଳେଶ୍ବର ଶ୍ରମିକ ସଂଘ ବୈଠକରେ ବିଧାୟକ

ପୋଲସରା, (ଅନିଲ ମହାରଣା):ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ଶ୍ରମିକ ସଂଗଠନ ” ଶ୍ରୀ ଲଙ୍ଗଳେଶ୍ବର ଶ୍ରମିକ ସଂଘ ” ର ଏକ ବୈଠକ ପୂର୍ତ୍ତବିଭାଗ ଡାକ ବଙ୍ଗଳା ପରିସର ମଧ୍ୟରେ ରବିବାର ଦିନ ସଂଘର ସଭାପତି ସ୍ବପ୍ନେଶ୍ବର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ ସାମୁଖ୍ୟ ସଭାପତି ଶ୍ରୀକାନ୍ତ ସାହୁ ଯୋଗ ଦେଇ ନବୀନ ବାବୁଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଗ୍ରହଣ କରିଥିବା ବିଭିନ୍ନ ଶ୍ରମ ନୀତି ବିଷୟରେ ବୁଝାଇବା ସହ ତାହାର ସୁଯୋଗ ନେବାକୁ ମତ ବ୍ୟକ୍ତ କରିଥିଲେ। ଏଥିସହ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୋପାଳ ସାହୁ, ସନ୍ତୋଷ କୁମାର ବେହେରା, ମୋଚିରାମ ସାହୁ, ରଞ୍ଜିତ ସାହୁ, ରିଙ୍କୁ ପଣ୍ଡା, ରଞ୍ଜିତ ପାଣିଗ୍ରାହୀ, ଅଶୋକ କୁମାର ବିଷୋୟୀ, ରତ୍ନାକର ସାହୁ, ପ୍ରଶାନ୍ତ ପୋଲାଇ, ପଞ୍ଚୁ ଦାସ ପ୍ରମୁଖ ଯୋଗ ଦେଇଥିଲେ। ସଂଘର ଉପସଭାପତି ସୁର୍ଯ୍ୟ ନାରାୟଣ ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ